ସିଭିଲ ଚାର୍ଜର୍ସ କ୍ଲବ ଗଣେଶ ପୂଜାର ମୁଖ୍ୟ ଆକର୍ଷଣ ହେବ ଖାଟୁଶ୍ୟାମ ମନ୍ଦିର ତୋରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଭିଲ ଟାଉନସିପ ସ୍ଥିତ ସିଭିଲ ଚାର୍ଜର୍ସ କ୍ଲବର ୧୮ତମ ଶ୍ରୀ ଶ୍ରୀ ଗଣେଶ ପୂଜା କମିଟି ତରଫରୁ ବିଶାଳ ଓ ଭବ୍ୟ ଗଣେଶ ମୂର୍ତ୍ତି ସହ ତୋରଣ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ହେବବୋଲି ମଡର୍ଣ୍ଣ ପଡ଼ିଆଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପ୍ରତାପ ସାହୁଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ଦୀପ୍ତିରଞ୍ଜନ ପରିଡ଼ାଙ୍କ ଆବାହକତ୍ୱ ତଥା ବିଶ୍ୱରଂଜନ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ଉପଦେଷ୍ଟା ସର୍ବଶ୍ରୀ ଆର ଏନ୍ ନାୟକ, ପ୍ରମୋଦ ପ୍ରଧାନ, ସୁଧାଂଶୁ ସାମଲ, ପ୍ରମୋଦ ନାୟକ, କାର୍ଯ୍ୟକାରୀ ସଭାପତି ପିଙ୍କୁ ଜୟସ୍ୱାଲ ଓ ପ୍ରଚାର ପ୍ରମୁଖ ସୁଜିତ୍ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସମ୍ପୁର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ସୂଚନା ଅନୁଯାୟୀ ଏହି ଗଣେଶ ପୂଜା ୧୮ ବର୍ଷ ଧରି ପାଳିତ ହୋଇଆସୁଥିଲେହେଁ ବିଗତ ୩ବର୍ଷ ଧରି ଏହାକୁ ଅଧିକ ଜାକଜମକରେ ପାଳନ କରାଯାଉଛି । ଏହି କ୍ରମରେ ଚଳିତ ବର୍ଷ ରାଜସ୍ଥାନର ଶ୍ରୀ ଶ୍ରୀ ଖାଟୁଶ୍ୟାମ ମନ୍ଦିର ଢାଞ୍ଚାର ତୋରଣ ଓ ଗେଟ୍ ନିର୍ମାଣ କରାଯାଉଛି । ଏହା ୧୦୦ ମିଟର ଚଉଡା,୯୭ ମିଟର ଉଚ୍ଚତା ବିଶିଷ୍ଟ ହେବ । ସେହିପରି ୧୬ ଫୁଟ ଉଚ୍ଚତା ମଧ୍ୟରେ ୧୨ ଫୁଟ ମୂର୍ତ୍ତି ଓ ୪ ଫୁଟ ମେଢ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ହେବବୋଲି କୁହାଯାଇଛି । ଏଥିପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ୧୫ ଦିନ ଧରି ହେବାକୁ ଥିବା ଏହି ଗଣେଶ ମହୋତ୍ସବରେ ଦିବ୍ୟାଙ୍ଗଙ୍କ ପାଇଁ ହୁଇଲ ଚେୟାର, ପାର୍କିଂ ବ୍ୟବସ୍ଥା, ମେଳା, ଭିଡକୁ ନିୟନ୍ତ୍ରଣ ଓ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଢଙ୍ଗରେ କରିବା ପାଇଁ ୮୦ ରୁ ୧୦୦ ଜଣ ସ୍ୱେଚ୍ଛାସେବୀ ପ୍ରସ୍ତୁତ ରହିବେ । ସେହିପରି ଏହି ୧୫ ଦିନ ପ୍ରସାଦ ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି । ତେଣୁ ଏହି ମହୋତ୍ସବରେ ବହୁ ସଂଖ୍ୟାରେ ସହରବାସୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଦିଗମ୍ବର ପ୍ରଧାନ, ରାଜେଶ ମଲ୍ଲିକ, ପ୍ରତୀକ ଭୂୟାଁ, ପ୍ରକାଶ ଧଳ, ଭରତ ବେହେରା, ଜ୍ଞାନରଞ୍ଜନ ପରିଡ଼ା, ସନତ ଜେନା, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ମୁଖ୍ୟ ଉପଦେଷ୍ଟା ଶ୍ରୀ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପ୍ରଚାର ପ୍ରମୁଖ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.