ଦାଦନ ଖଟିବାକୁ ଯାଇ ବାପ ପୁଅଙ୍କ ମୃତ୍ୟୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପରିବାରର ପେଟ ପୋଷଣ ପାଇଁ ଦାଦନ ଖଟିବାକୁ ଯାଇ ବାପ ପୁଅଙ୍କ ମୃତ୍ୟୁ ହୋଇଯାଇଛି । ପ୍ରାପ୍ତ ସୁଚନା ଅନୁଯାୟୀ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କୁଶକେଲା ପଞ୍ଚାୟତ ଡଙ୍ଗରପଡା ଗାଁର ଅଭିରାମ କଟା (୪୫) ପୁଅ ଉତ୍ତମ କଟା (୨୨) ଓ ସ୍ତ୍ରୀ ସହ ତାମିଲନାଡୁର ଏକ କୁକୁଡ଼ା ଫାର୍ମରେ କାମ କରିବାକୁ ଯାଇଥିଲେ । ଗତକାଲି ବିଦ୍ୟୁତ ଆଘାତରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଯାହାକି ଏକ ଦୁଃଖଦ ଘଟଣା । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାଦନଗଡର ଦାଦନ ସମସ୍ୟା ପାଇଁ କିଛି ନୂଆ ପଦକ୍ଷେପ ଗ୍ରହଣ କରନ୍ତୁ ଓ ଏହି ଦୁଃଖଦ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ତୁରନ୍ତ ସହାୟତା ପାଇଁ ପଦକ୍ଷେପ ନେବା ପାଇଁ ପଶ୍ଚିମ ଓଡିଶା ସରପଞ୍ଚ ସଙ୍ଘ ତରଫରୁ ଅନୁରୋଧ କରିଛନ୍ତି ବିରବର ସାହୁ ।

Leave A Reply

Your email address will not be published.