om academy

ଆଜିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା, ୧୨ ଦିନରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ

jsm

କଟକ : ଆଜିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ସହ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ମୋଟ୍ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ୧୨ ଦିନରେ ଖାତା ଦେଖା ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି ।

କଟକ ଜିଲ୍ଲାରେ ସର୍ବାଧିକ ୬ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି । ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏଁ ଖାତା ଦେଖା ହେବ । ଖରା ବଢିଲେ ସକାଳ ୯ଟା ପୂର୍ବରୁ ଖାତା ଦେଖା ଆରମ୍ଭ କରିପାରିବେ ପରୀକ୍ଷା କେନ୍ଦ୍ରର କ୍ୟାମ୍ପ ସୁପରଭାଇଜର । ମୂଲ୍ୟାୟନ କେନ୍ଦ୍ରରେ ନିୟୋଜିତ ଶିକ୍ଷକ, ଶିକ୍ଷୟିତ୍ରୀ ଗୋଟିଏ ଦିନରେ ସର୍ବାଧିକ ୩୦ରୁ ୩୫ଟି ଖାତା ଦେଖିପାରିବେ । ବାକି ୪ଟି ବିଷୟରେ ମୂଲ୍ୟାୟନକାରୀ ସର୍ବାଧିକ ୫୦ରୁ ୫୫ ଉତ୍ତର ଖାତା ଦେଖିପାରିବେ ।

ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ ବାରଣ ରହିଛି । ସେହିପରି ମୂଲ୍ୟାୟନ କେନ୍ଦ୍ରରେ ବୋର୍ଡ ପକ୍ଷରୁ କ୍ୟାଣ୍ଟିନ ବ୍ୟବସ୍ଥା କରାଯାଇଛି । ଖାତା ଦେଖା ପ୍ରକ୍ରିୟାରେ ବୋର୍ଡ ପକ୍ଷରୁ ୧୩ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେଥିମଧ୍ୟରୁ ପ୍ରାୟ ୧୨ ହଜାର ୪ ଶହ ଶିକ୍ଷକ ଓ ଶିକ୍ଷୟିତ୍ରୀ ରହିଛନ୍ତି । ସେହିପରି ମୂଲ୍ୟାୟନ ପ୍ରକ୍ରିୟାକୁ ଯାଞ୍ଚ କରିବା ପାଇଁ ୬ ଶହ ଜଣ ବୋର୍ଡ ଦ୍ୱାରା ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.