ଦାରିଙ୍ଗବାଡି, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ ଶୀତ ଧୀରେ ଧୀରେ ଅନୁଭୂତ ହେଉଛି । ଘର ଭିତର ଅପେକ୍ଷା ଶୀତ ବାହାର ପରିବେଶରେ ଅଧିକା ଅନୁଭୂତ ହେଉଛି । ବିନା ଶୀତ ବସ୍ତ୍ରରେ ବାଇକ କିମ୍ବା ଖୋଲା ଯାନରେ ଯାତାୟାତ କଲେ ଦେହ ଥରୁଛି । ପାଣି ଜାଡ଼ ହେବାରେ ଲାଗିଛି । ବିଳମ୍ବିତ ରାତିଠାରୁ ଘନ କୁହୁଡି ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ରହୁଛି । ଫଳରେ ସେହି ସମୟରେ ଶୀତ ଦ୍ୱିଗୁଣିତ ଅନୁଭୂତ ହେଉଛି । ସଂଧ୍ୟା ଓ ସକାଳ ସମୟରେ ଶୀତ ଦାଉରୁ ଟିକିଏ ରକ୍ଷା ପାଇବା ପାଇଁ ବିଭିନ୍ନ ସ୍ଥାନରେ ଲୋକ ନିଆଁ ଲଗାଇ ଲୋକ ବସୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ସେହିପରି ଚାହା ଦୋକାନରେ ଚା’ ଖଟି ବୃଦ୍ଧି ପାଇଛି । ସେହିପରି ଦାରିଙ୍ଗବାଡିକୁ ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି ।
Prev Post