
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଘାଟିରୁ ୨୦ ଫୁଟ୍ ତଳକୁ ଖସିଲା ଟ୍ରକ । ଭାରସାମ୍ୟ ହରାଇ ଗାଡିଟି ଘାଟି ତଳକୁ ଖସିଥିବା ସମୟରେ ଟ୍ରକ ଚାଳକ ଗୁରୁତର ଥିବା ନେଇ ସୂଚନା ରହିଛି । ଘଟଣା ସ୍ଥଳରେ କୋଲନରା ବ୍ଲକ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରିବା ସହିତ ଗୁରୁତର ଡ୍ରାଇଭରଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଟ୍ରକଟି ବ୍ରହ୍ମପୁରରୁ ରାୟଗଡା ଅଭିମୁଖେ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।