ବ୍ରିଜ୍‌ ତଳକୁ ଖସି ପଡ଼ିଲା ହାଇଓ୍ଵା

ସମ୍ୱଲପୁର : ବ୍ରିଜ୍‌ ତଳକୁ ଖସି ପଡ଼ିଲା ହାଇଓ୍ଵା । ହାଇୱାର କ୍ୟାବିନ୍‌ ଭିତରେ ଚାପି ହୋଇ ରହିଛନ୍ତି ଡ୍ରାଇଭର । ଖବର ପାଇ ରେଢାଖୋଲ ପୋଲିସ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ଥାନା କନ୍ଧରା ବ୍ରିଜ୍‌ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଜତ ଯେ, ଏକ ବାଲି ବୋଝେଇ ହାଇୱା ବୌଦ୍ଧ – ରେଢାଖୋଲ ରାସ୍ତାର‌ କନ୍ଧରା ବ୍ରିଜ୍‌ ଉପରେ ଯାଉଥିଲା । ଏହି ସମୟରେ ହଠାତ୍ ଟ୍ରକ୍‌ଟି ପୋଲ ତଳକୁ ଖସି ପଡ଼ିଥିବା ହେଳେ ହାଇୱାର ଇଞ୍ଜିନର ଉପର ଭାଗଟି ତଳକୁ ଓ ଡାଲାଟି ଉପରକୁ ହୋଇ ଝୁଲି ପଡ଼ିଥିଲା । ଫଳରେ କ୍ୟାବିନ ଭିତରେ ଡ୍ରାଇଭର ଚାପି ହୋଇଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ରେଢ଼ାଖୋଲ ପୋଲିସ ଏବଂ ଅଗ୍ନିଶମ ବାହିନୀର ଏକ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.