
ଭୁବନେଶ୍ୱର : ଆଜିଠୁ ବଢ଼ିବ ଖରା । ଦିନର ତାପମାତ୍ରା ବୃଦ୍ଧି ପାଇବା ସହ ୧୫ ତାରିଖରୁ ରହିବ ହିଟ୍ ୱେଭ୍ ସ୍ଥିତି । ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ ହିଟ୍ ୱେଭ୍ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୬ ତାରିଖରେ ଆଭ୍ୟନ୍ତରୀଣ ୧୬ ଜିଲ୍ଲାକୁ ହିଟ୍ ୱେଭ୍ ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ୧୭ ତାରିଖରେ ୫ ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।
ସେପଟେ ପାଣିପାଗ ବିଶେଷଜ୍ଞଙ୍କ ମତ ପାରାଦ୍ଵୀପ ଠାରୁ ୬୦୦ କିଲୋମିଟର ଓ ଓଡିଶା ଉପକୂଳରରୁ ୫୦୦ ସହ କିଲୋମିଟର ଦୂରରେ ରହିଛି ବାତ୍ୟା ‘ମୋକା’ । ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ବେଳେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିବ । ଏଥିସହ ୧୪ ଯାଏଁ ମତ୍ସ୍ୟଜୀବୀ ସତର୍କ ରହିବା ଜରୁରୀ । ଅନ୍ୟପଟେ ୧୫ରୁ ହିଟ୍ ୱେଭ୍ର ପ୍ରଭାବ ରାଜ୍ୟବାସୀଙ୍କୁ କଲବଲ କରିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।