ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ସ୍ୱାମୀ କଲା ଛୁରାମାଡ଼

ଖପ୍ରାଖୋଲ, (ଅଶୋକ ବାଗ) : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ସ୍ୱାମୀ କଲା ଛୁରାମାଡ଼ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ତାମ୍ବିପଦର ଗ୍ରାମରେ ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଆହତ । ଗୁରୁତର ଅବସ୍ଥାରେ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ପାରିବାରିକ କଳହକୁ ନେଇଁ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏପରି ଅଘଟଣ । ଆହତ ୪୦ ବର୍ଷୀୟା ରେଚି ବରିହା ଖପ୍ରାଖୋଲ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଏପଟେ ସ୍ୱାମୀ ଟିକେଲାଲ ବରିହା(୬୦)କୁ ପୋଲିସ ଥାନାରେ ଅଟକ ରଖିଛି । ଗତକାଲି ରାତିରେ ଟିକେଲାଲ ବରିହା ତାଙ୍କର ଦ୍ଵିତୀୟ ସ୍ତ୍ରୀ ରେଚି ବରିହାର ଚରିତ୍ରକୁ ସନ୍ଦେହ କରି ଶେଷରେ ଉତକ୍ଷିପ୍ତ ହୋଇ ପ୍ରଥମେ ବାଡ଼ିରେ ପିଟି ପରେ ଛୁରୀରେ ଜଙ୍ଘକୁ ଆଘାତ କରିଥିବା ସ୍ତ୍ରୀ ରେଚି ବରିହା ପ୍ରକାଶ କରିଛନ୍ତି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୬୧/୨୦୨୫ରେ ଏକ ମାମଲା ଋଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି ଟିକେଲାଲ ବରିହାଙ୍କ ଦୁଇଟି ସ୍ତ୍ରୀ, ପ୍ରଥମ ସ୍ତ୍ରୀଙ୍କ ଗୋଟିଏ ପୁଅ ଏବଂ ତିନୋଟି ଝିଅ ଥିବା ବେଳେ ସମସ୍ତଙ୍କ ବାହା କରିସାରିଛନ୍ତି । ଅନ୍ୟପଟେ ତାଙ୍କର ଦ୍ଵିତୀୟ ସ୍ତ୍ରୀ ରେଚି ବରିହାଙ୍କ ତରଫରୁ କୌଣସି ପୁଅଝିଅ ନାହାନ୍ତି ।

jittmm
Leave A Reply

Your email address will not be published.