ପେଟ୍ରୋଲିଂ ବେଳେ ଗୁର୍ଜିଭଟା ନିକଟରୁ ୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଖପ୍ରାଖୋଲ ପୋଲିସ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଗୁର୍ଜିଭଟା ନିକଟସ୍ଥ ବ୍ରିଜ ନିକଟରେ ପେଟ୍ରୋଲିଂ ବେଳେ ପୋଲିସ ୩ ଜଣ ଶିଶୁଙ୍କ ସମେତ ୬ ଜଣ ଦାଦନ ଶ୍ରମିକଙ୍କୁ ଶୁକ୍ରବାର ଅପରାହ୍ନ ସମୟରେ ଉଦ୍ଧାର କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଖପ୍ରାଖୋଲ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅପରାହ୍ନ ସମୟରେ ଗୁର୍ଜିଭଟା ନିକଟରେ ଥିବା ବ୍ରିଜ ପାଖରେ ପେଟ୍ରୋଲିଂ ଚାଲିଥିବା ବେଳେ କୃପାମୟୀ ବସ୍‌ ଯୋଗେ ବେଆଇନ ଦାଦନ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ବସ୍‌କୁ ଅଟକାଇ ବସ୍‌ରେ ଯାଉଥିବା ଶ୍ରମିକମାନଙ୍କୁ ପଚରା ଉଚୁରା କଲା ପରେ ସମାନଙ୍କୁ ଲାଠୋର୍‌ର ବସନ୍ତ ଗୁର୍ଲା(୩୬) ନାମକ ସର୍ଦାର ପ୍ରଥମେ ଲାଠୋର ଏବଂ ପରେ ତେଲେଙ୍ଗାନାକୁ ବେଆଇନ ଚାଲାଣ କରୁଥିବା ଜଣାପଡ଼ିଥିଲା । ଏହାପରେ ସମସ୍ତଙ୍କୁ ଖପ୍ରାଖୋଲ ଥାନାକୁ ଅଣାଯାଇଥିଲା । ଶ୍ରମିକମାନେ ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାଉଳବାଞ୍ଜି ଗ୍ରାମର ବୋଲି କହିଥିଲେ । ମୋଟ ୯ ଜଣଙ୍କ ମଧ୍ୟରୁ ୩ ଜଣ ପୁରୁଷ, ୩ ଜଣ ମହିଳା ଓ ୩ ଜଣ ଶିଶୁଙ୍କୁ ପୋଲିସ ଉଦ୍ଧାର କରି ନିଜ ନିଜ ଘରକୁ ପଠେଇ ଦେଇଥିବା ଜଣାପଡ଼ିଛି । ବେଆଇନ ଦାଦନ ଚାଲାଣ ଅଭିଯୋଗରେ ଦାଦନ ସର୍ଦାର ବସନ୍ତ ଗୁର୍ଲାକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି । ଏନେଇ ଖପ୍ରାଖୋଲ ଥାନା କେସ ନଂ ୧୯୯/୨୦୨୩ରେ ଭାରତୀୟ ପେନାଲ୍‌ କୋର୍ଡ ଧାରା ୩୭୦/୩୭୪/୪୨୦/ ୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.