ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୩ ସ୍ଥିତ ଖଡ୍ଗ ଭବନ ଠାରେ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଭାର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ଖଡ୍ଗ ଭବନର ମରାମତି କାର୍ଯ୍ୟର ଅଗ୍ରଗତି, ଆସନ୍ତା ଦୁର୍ଗାପୂଜା ଓ ଦଶହରା କାର୍ଯ୍ୟକ୍ରମ, ୬ ଟି ଜୋନ୍‌ର ସମ୍ପାଦକଙ୍କୁ ଖଣ୍ଡାୟତ କ୍ଷତ୍ରିୟ ଭାଇ ଭଉଣୀମାନଙ୍କ ସହ ଯୋଗସୂତ୍ର ସ୍ଥାପନ । ଦଶହରା ଦିନ ନୂତନ ସଦସ୍ୟଙ୍କ ଶପଥ ପାଠ କାର୍ଯ୍ୟକ୍ରମ କିଛି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦଶହରାରେ ୧୨ ହାତ ଖଡ୍ଗର ଶୋଭାଯାତ୍ରା ସହ ଆସନ୍ତା ଅକ୍ଟୋବର ମାସ ୨ ତାରିଖ ଦିନ ସାଧାରଣ ପରିଷଦର ବୈଠକ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାସହ ନୂତନ ସଭ୍ୟଙ୍କୁ ମହାସଭାରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ଐକ୍ୟବଦ୍ଧତା ସହ ପରସ୍ପରର ସହଭାଗିତାରେ କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିରୀକୃତ କରାଗଲା । ଏହି ବୈଠକରେ ରବିନାରାୟଣ ପରିଡ଼ା, ଗଙ୍ଗାଧର ନାୟକ, ଜଗନ୍ନାଥ ରାଉତ, ଚାନ୍ଦମଣୀ ବେହୁରା, ଶମ୍ଭୁନାଥ ପରିଡା, ସୁବ୍ରତ ମଲ୍ଲିକ, ରଥିନ୍ଦ୍ରନାଥ ପ୍ରଧାନ, ନାରାୟଣ ଚନ୍ଦ୍ର ସାମଲ, ଉଗ୍ରସେନ ବିଶ୍ୱାଳ, ଅବନୀ କୁମାର ବଳ, କିଶୋର କୁମାର ନାୟକ, ରଞ୍ଜନ କୁମାର ବିଶ୍ଵାଳ, ରବି ବାରିକ ଓ ମୁଖପାତ୍ର କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ରବିନାରାୟଣ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.