ପ୍ରେସ ବିଜ୍ଞପ୍ତି ଜରିଆରେ ମିଥ୍ୟା-ଅଭିଯୋଗ ବୋଲି ସମିତି ଅଧ୍ୟକ୍ଷା ଖଣ୍ଡନ କରିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତିରେ ଚାଲିଥିବା ମନମୁଖୀ କାରବାର ଏବଂ ପକ୍ଷପାତ ନୀତି ଚାଲୁଥିବା ନେଇ ଗୁରୁବାର ବିଡ଼ିଓଙ୍କୁ ବିଧାୟକଙ୍କ ଗୋଷ୍ଠୀ ସପକ୍ଷର ଦଳ ଅଭିଯୋଗ କରିଥିଲେ । ଛତ୍ରପୁର ବ୍ଲକ୍ ଅଫିସରେ ଶୃଙ୍ଖଳିତ ସେବା, ଅବାଧ ଓ ନିରପେକ୍ଷତା ଅବଲମ୍ବନ, ଶୃଙ୍ଖଳିତ ନୀତି ଆଚରଣରେ ଚାଲିଛି । ଜନସାଧାରଣଙ୍କ କାର୍ୟ୍ୟ ଠିକ୍‌ ଭାବେ ବୁଝାସୁଝାରେ କୌଣସି ପକ୍ଷପାତିତା କରାଯାଉ ନାହିଁ । ବ୍ଲକ ଅଧୀନରେ ସମସ୍ତ ଉନ୍ନୟନ କାର୍ୟ୍ୟ ହାତକୁ ନିଆଯାଇଛି । ଅନ୍ୟପକ୍ଷେ ମୋ ବିରୋଧରେ ଆସିଥିବା ଅଭିଯୋଗ ଅମୂଳକ । ଏହାକୁ ମୁଁ ଦୃଢ ଭାବେ ଖଣ୍ଡନ କରୁଅଛି । ମୁଁ ନିୟମିତ ଅଫିସ ଆସୁଛି । ଯେଉଁମାନେ ଅଭିଯୋଗ କରୁଛନ୍ତି, ସେମାନେ କେବେ ହେଲେ ମୋ ସାଙ୍ଗରେ ମିଶି ନାହାନ୍ତି । ରାଜନୀତିକରଣ ଉଦ୍ଦେଶ୍ୟ ରଖି ମିଛ ଅଭିଯୋଗ କରୁଛନ୍ତି । ଛତ୍ରପୁର ବ୍ଲକର ଉନ୍ନୟନ କାର୍ୟ୍ୟ ସୂଚାରୁ ରୂପେ ଚାଲୁ ରହିଅଛି ବୋଲି ଏକ ପ୍ରେସ ବିବୃତି ଯୋଗେ ଛତ୍ରପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କିରଣ କୁମାରୀ ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.