oom

ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ – ୨୦୨୨୪-୨୫ ପାଳିତ

jsmm

ଖଲିଆପାଲି, (କେପିଏନ୍‌ଏସ୍‌) : ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାକାର୍ଯ୍ୟ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିଲା । ସର୍ବ ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁନିତା ପ୍ରିୟଦର୍ଶିନୀ ମିଶ୍ର ବାର୍ଷିକ ଉତ୍ସବର ଲକ୍ଷ୍ୟ ଏବଂ ମହତ ଉଦେଶ୍ୟ ଉପରେ ବିବରଣୀ ପଠନ କରିଥିଲେ । ଉକ୍ତ ଉତ୍ସବରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରିଥିବା ଆଦିକନ୍ଧ ଷଡ଼ଙ୍ଗୀ ମୁଖ୍ୟ ଅତୀଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେବା ସହିତ ବିକଶିତ ବିଦ୍ୟାଳୟ ଓ ପରିବେଶ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ରାଜ କିଶୋର ମିଶ୍ର (ଅବସରପ୍ରାପ୍ତ ଶିକ୍ଷକ), ଚିତ୍ତରଞ୍ଜନ ତ୍ରିପାଠୀ (ପ୍ରଧାନ ଶିକ୍ଷକ, ବଂଶୀଧର ଉଚ୍ଚ ବିଦ୍ୟାଳୟ), ଟଙ୍କଧର ପଟେଲ (ପ୍ରଧାନ ଶିକ୍ଷକ, କିରାବାହାଲ ଉଚ୍ଚ ବିଦ୍ୟାଳୟ), ଗୋପୀନାଥ ଦଣ୍ଡସେନା (ପ୍ରଧାନ ଶିକ୍ଷକ, ସେମୁଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ), ଶାନ୍ତନୁ କୁମାର ମେହେର (ଚିତ୍ରକବି) ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବଂ ସଫଳତା ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଶ୍ରୀମତୀ ରିୟା ସୁନା ମଞ୍ଚାସୀନ ଥିଲେ । ୨୦୨୪-୨୫ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ୨୦୨୩-୨୪ ବର୍ଷରେ ବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ଖେଳ ଶିକ୍ଷକ କଲ୍ୟାଣ ସେଠ୍‌ଙ୍କ ତତ୍ୱାବଧାନରେ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତାକୁ ଉନ୍ନୀତ ହୋଇଥିବା ଅପସରା ପଧାନକୁ ମଧ୍ୟ ସମ୍ମାନିତ କରାଯାଇଥିଲା । ବାର୍ଷିକ ଉତ୍ସବରେ ସଭାକାର୍ଯ୍ୟକୁ ବିଦ୍ୟାଳୟର କଳା ଶିକ୍ଷକ ବିଦ୍ୟାଧର ସୁନା ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ପ୍ରଦୀପ କୁମାର ପ୍ରଧାନ, କୃଷ୍ଣଚନ୍ଦ୍ର ନାୟକ, ସ୍ନେହଲତା ସାହୁ, ଜିନ୍ମୟୀ ସାହୁ, ବନ ଜ୍ୟୋତି ବେହେରା ଏବଂ ଚିନ୍ମୟୀ ମେହେର ବାର୍ଷିକ ଉତ୍ସବକୁ ସଫଳ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ବିଦ୍ୟାଳୟର ନୂତନ ଭାବରେ ଯୋଗଦାନ କରିଥିବା ଶିକ୍ଷୟିତ୍ରୀ ବିଧ୍ୟପ୍ରଭା ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.