oom

ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ଚୟନ

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶା ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଆନ୍ତଃ ଜିଲ୍ଲା ସିନିୟର ଉଭୟ ପୁରୁଷ ଓ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଜୁଲାଇ ମାସରେ ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାର ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ଚୟନ ପ୍ରକ୍ରିୟା ଚଳିତ ମାସ ୨୫ ତାରିଖଠାରୁ ବାରିପଦା ଷ୍ଟାଡିୟମରେ ଅନୁଷ୍ଠିତ ହେବ, ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି । ଆଗ୍ରହୀ ଖେଳାଳିମାନେ ନିଜ ନିଜର ଜନ୍ମ ପ୍ରମାଣ ପତ୍ର ବା ହାଇସ୍କୁଲ ସାର୍ଟିଫିକେଟ, ଆଧାର କାର୍ଡ ଓ ଗୋଟିଏ ପାସପୋର୍ଟ ଫୋଟୋ ସହ ବାରିପଦା ଷ୍ଟାଡିୟମ ଅଫିସରେ ଚଳିତ ମାସ ୨୩ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିପାରିବେ ବୋଲି ଫୁଟବଲ ସମ୍ପାଦକ ଅମର କୁମାର ସେଠି ଜଣାଇଛନ୍ତି ।

jittmm
Leave A Reply

Your email address will not be published.