oom

ଖଇର କାଠ ବୋଝେଇ ୪୦୭ ଗାଡ଼ି ଜବତ : ଦୁଇ ଗିରଫ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନ ବିଭାଗର ଏକ ଟିମ୍ ତଳିଉଡାର ପଞ୍ଚାୟତର ବୁରୋମୁଣ୍ଡା ନିକଟରେ ଏକ ଖଇର କାଠ ବୋଝେଇ ୪୦୭ ଗାଡ଼ିକୁ ଜବତ କରିଥିବା ଜଣାଯାଇଛି । ଗତକାଲି ସନ୍ଧ୍ୟାରେ ସିଜି ୦୫ ଡି ୦୮୦୪ ନମ୍ବର ବିଶିଷ୍ଟ ଏହି ଗାଡ଼ିରେ ଖଇର କାଠ ଚୋରା ଚାଲାଣ ହେଉଥିବା ଖବର ପାଇ ସରଗାଡ ଫରେଷ୍ଟର ସମୀର ରଞ୍ଜନ ମହାପାତ୍ର, ପାରାସ୍କ୍ୱ।ର୍ଡ ରାକେଶ କୁମାର ଦଳେଇ, କବିଚନ୍ଦ୍ର ପଧାନ ପ୍ରମୁଖ ଚଢ଼ାଉ କରିଥିଲେ । ଜବତ ଖଇର କାଠ ଆନୁମାନିକ ୧୫ କ୍ଵିଣ୍ଟାଲ ହେବ ବୋଲି ଜଣାଯାଇଛି । ଏହି ଘଟଣାରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଅଧୀନ କୁଡ଼ାପାଲି ଗାଁର ଡ୍ରାଇଭର ସୁଦାମ କନ୍ଧ ଓ ପଧାନପାଲି ଗାଁର ରମେଶ ନାଏକଙ୍କୁ ବନ ବିଭାଗ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

jittmm
Leave A Reply

Your email address will not be published.