ମ.ରାମପୁର, (ହେମନ୍ତ ସାହୁ) : ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟ ବନଛୋରଙ୍କ ତତ୍ୱାବଧାନରେ କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମର କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମ.ରାମପୁରଠାରେ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ସବ୍ୟସାଚୀ ପାଢ଼ୀ, ସମ୍ମାନିତ ଅତିଥି ଭାବେ ସଚିନ୍ଦ୍ର ପଧାନ, ମ. ରାମପୁର ଥାନା ଭାରପ୍ରାପ୍ତ ଅଧିକାରୀ ଏବଂ ସମାଜ ସେବୀ ନୀଳମାଧବ ସିଂ ଦେଓ, ସମାଜ ସେବୀ ପପୁ ଅଗ୍ରୱାଲ ଏବଂ ମ. ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ତ କର୍ମକର୍ତା, ଜାତୀୟ ଯୁବ ସ୍ବେଛାସେବୀ ସନତ କୁମାର ସାହୁ ତଥା କଳାରୁଦ୍ର ଯୁବକ ସଂଘର ସଭ୍ୟ ସମାଜସେବୀ ତ୍ରିଲୋଚନ ସାହୁ, ରମେଶ ସାହୁ, ତୁଷ୍ମନ୍ତ ସାହୁ, ହରପ୍ରସାଦ ସାହୁ, ସମଜସେବୀ ଗୋପବନ୍ଧୁ ସାହୁ ଉପସ୍ଥିତ ରହି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ହେଉଥିବା ରୋଗୀ ମାନଙ୍କୁ ଖାଦ୍ୟ(କଦଳୀ, ବ୍ରେଡ, ଅଙ୍ଗୁର, ଫଳରସ) ବଣ୍ଟନ କରିଥିଲେ । ଶେଷରେ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।