ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କରୋନା ପରି ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ସରକାର ଏହାକୁ ମହାମାରୀ ଘୋଷଣା କରିଛନ୍ତି । ଏହିପରି ଘଡିସନ୍ଧି ମୁହୂର୍ତ୍ତରେ ଦେଶରେ ଲକଡାଉନ ସଟଡ଼ାଉନ ଓ ଆଦି ପ୍ରତିବନ୍ଧକ ଲାଗି ରହିଥିବା ବେଳେ ଅସହାୟ ଗରିବ ଏବଂ ନିରୀହ ପଶୁପକ୍ଷୀ ମାନେ ଖାଇବାକୁ ନପାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ସହରରେ ଥିବା ଗରିବ, ଅସହାୟ, ଭୋକିଲାକୁ ରୁଟି ବଣ୍ଟନ କରାଯାଇଥିବା ଥିବା ବେଳେ ଦୋକାନ ବଜାର ଓ ହୋଟେଲ୍ର ବଳକା ଓ ଫିଙ୍ଗା ଖାଦ୍ୟ ଖାଇ ବଞ୍ଚୁଥିବା ପଶୁମାନେ ସଟଡାଉନ ଯୋଗୁଁ ବନ୍ଦ ରହୁଥିବାରୁ ଦୈନଦିନ ଖାଦ୍ୟ ପାଇବା ଘୋର ସମସ୍ୟା ସୃଷ୍ଠି କରିଛି । ମାଙ୍କଡ, କୁକୁର, ବୁଲା ଗାଈଗୋରୁ ନିଜ ନିଜର ଖାଦ୍ୟ ପାଇବାର ଅନିଶ୍ଚିତତାକୁ ଦୂର କରିବା ପାଇଁ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଆଗେଇ ଆସିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଟ୍ରକ ମାଲିକ ସଂଘର ସଭାପତି ଭାସ୍କର ଦାଶ, ଶ୍ରଦ୍ଧାକର ଦାଶ, ଆଶିଷ ତ୍ରିପାଠୀ, ରାଜୀବ ପଟ୍ଟନାୟକ, ଟୁନା ସାହୁ ପ୍ରମୁଖ ସଦସ୍ୟ ସହର ସାରା ବୁଲି ଭୋକିଲା ପଶୁମାନଙ୍କୁ ରୁଟି ବଣ୍ଟନ କରିଛନ୍ତି । ମଣିଷ ଓ ପଶୁ ଜୀବଙ୍କ ପ୍ରତି ସେବା ସାଧାରଣରେ ବେଶ ପ୍ରଶଂସନୀୟ ।
Next Post