jayashree

ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ ଗଞ୍ଜାମ ଜିଲ୍ଲାର ଦୁଇ ଦିନିଆ ଗସ୍ତରେ ଆସି ପିଡିଏସ ସାମଗ୍ରୀ ବଣ୍ଟନର ବ୍ୟବସ୍ଥା ଓ ଉନ୍ନୟନ ସମୀକ୍ଷା ସହ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ କରାଯାଇଥିବା ମୋ ଗେହ୍ଲା ଝିଅ, ନିର୍ଭୟ କଢି, ପିଲାଟିଏ ଗଛଟିଏ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଭ୍ୟା ମାନଙ୍କ ଦ୍ୱାରା ହାତ ତିଆରି ସାମଗ୍ରୀ ଓ ବିଭିନ୍ନ ପ୍ରକଳ୍ପ ଗୁଡିକୁ ଗୁରୁବାର ଦିନ ବୁଲି ଦେଖିବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ପ୍ରଥମେ ସ୍ଥାନୀୟ ସର୍କିଟ ହାଉସ୍ ଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରିବା ପରେ ଛତ୍ରପୁର ବ୍ଲକର କାଳିଆବାଲିସ୍ଥିତ ଅଙ୍ଗନବାଡି କେନ୍ଦ୍ର – ୧କୁ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକ ଦେଖିବା ସହ ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଦୁଇଟି ନବଜାତ ଶିଶୁ କନ୍ୟା ମାଆ ମାନଙ୍କ ସହ ମିଶି କେକ୍ କାଟିଥିଲେ ଏବଂ ଶିଶୁ ମାନଙ୍କ ଯତ୍ନ ନେବା ସହ ପୃଷ୍ଠିକର ଖାଦ୍ୟ ଓ ଔଷଧ ନିୟମିତ ଖାଇବା ଉପରେ ପରାମର୍ଶ ଦେଇଥିଲେ । ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଏକ ପ୍ରଶଂସା ଯୋଗ୍ୟ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ । ପରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଂଚି ବିଦ୍ୟାଳୟ ପରିସରରେ ଥିବା କିଚେନ ଗାର୍ଡେନ, ପିଲାଙ୍କ ଉପସ୍ଥାନ ଓ ମଧୁ ଆପ୍ ଦ୍ୱାରା ପାଠ ପଢାଯାଉଥିବା ସ୍ମାର୍ଟ କ୍ଲାସ ପରିସର ବୁଲି ଦେଖିଥିଲେ । ଅଧିକରୁ ଅଧିକ ପିଲାଙ୍କୁ କିପରି ବିଦ୍ୟାଳୟରେ ସାମିଲ୍ କରାଯିବ ସେଥି ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ । ଚମାଖଣ୍ଡି ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ପିଡିଏସ୍ ସାମଗ୍ରୀର ବଣ୍ଟନ ବ୍ୟବସ୍ଥା ଏବଂ ହିତାଧିକାରୀଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ନିର୍ଭୟ କଢି କାର୍ଯ୍ୟକ୍ରମ ଏବଂ ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ମହିଳା ଗୋଷ୍ଠୀ ସହାୟକ ମାନଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ବୁଲି ଦେଖିଥିଲେ । ଏସଏଚଜି ମାନଙ୍କ ଏଭଳି କାର୍ଯ୍ୟକୁ ଓଡିଶା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଶ୍ରୀ ମେର୍କାପ ପ୍ରଶଂସା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଖାଦ୍ୟ ଆୟୋଗର ପ୍ରସାସନିକ ଅଧିକାରୀ ସମରେନ୍ଦ୍ର ଷଡଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଲୀନା କୁମାରୀ ଖେସ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଠି, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତି, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ସହକାରୀ ଯୋଗାଣ ଅଧିକାରୀ ପିତାମ୍ବର ସେଠୀ, ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥି, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସିତାରାମ ପାତ୍ର, ଜିଲ୍ଲା ସମାଜ ଓ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ସମାଜ ଓ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ, କାଳିଆବାଲି ୟୁପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତି ପଣ୍ଡା, ବରିଷ୍ଠ ଶିକ୍ଷକ କୃଷ୍ଣ ଚନ୍ଦ୍ର ଦାସ, ସାଥ-ଇ କୋର୍ଡିନେଟର ସନ୍ତୋଷି ଭୋପା, ଶ୍ରୀ ରାମଚନ୍ଦ୍ରପୁର ପଂଚାୟତର ସରପଂଚ ରେବତୀ ପ୍ରଧାନ, ଚମାଖଣ୍ଡି ସରପଂଚ ସୁସ୍ମିତା ପ୍ରଧାନ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ସଂଯୋଜିକା ମାନିନୀ ଜେନାଙ୍କ ସମେତ ବହୁ ହିତାଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.