କୋଶଳ କଳାମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ସ୍ୱଦେଶୀ ଖଦୀ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ଆରମ୍ଭ ହୋଇଛି ସ୍ୱଦେଶୀ ଖଦୀ ମହୋତ୍ସବ । ଏହାକୁ ଉଦ୍‌ଘାଟନ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱଦେଶୀ ଆନ୍ଦୋଳନର ମୂଳ ଥିଲା ଖଦୀ । ଲୋକଙ୍କ ଭିତରେ ସ୍ୱଦେଶୀ ବସ୍ତ୍ରକୁ ଅଧିକ ଆଦୃତ କରିବା ପାଇଁ ଏପରି ମେଳାର ଆବଶ୍ୟକତା ରହିଛି ବୋଲି ବିଧାୟକ ଶ୍ରୀ ମିଶ୍ର ନିଜ ମନ୍ତବ୍ୟରେ କହିଥିଲେ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ୱଦେଶୀ ଖଦୀ ମହୋତ୍ସବର ସଂଚାଳକ ଗିରିଶ ଚନ୍ଦ୍ର ଦୁବେ, ପରିଚାଳିକା ଅମରଜିତ କୌର ଓ ବେଦ ପ୍ରକାଶ ତିୱାରୀ ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ମହୋତ୍ସବ ଆସନ୍ତା ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ କହିଛନ୍ତି ।

Leave A Reply

Your email address will not be published.