କେଶରୀୟା ହିନ୍ଦୁ ବାହିନୀ ତରଫରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଲ୍ଲାରେ ରୋହିଙ୍ଗିଆ ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ବିରୋଧରେ ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲାର ଉପଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଏବଂ ରାଜ୍ୟ ସଭାପତି ସନ୍ତୋଷ କୁମାର ଭୋଳଙ୍କ ଉପସ୍ଥିତିରେ ଦିଆଯିବା ସହ ବିଲେଇସଡ୍ଡା ଗ୍ରାମର ରାସ୍ତା ସମସ୍ୟାକୁ ନେଇ ବଲାଙ୍ଗିର ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଧ୍ୟ ଏକ ଦାବୀପତ୍ର ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠନ ମନ୍ତ୍ରୀ ସୁବ୍ରତ କୁଆଁର, ଜିଲ୍ଲାର ବରିଷ୍ଠ ଉପାଧ୍ୟକ୍ଷ ସଙ୍କର୍ଷଣ ଆଚାର୍ଯ୍ୟ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଲୋକ ନାଥ ପଣ୍ଡା, ଜିଲ୍ଲା ସଚିବ ହରେକୃଷ୍ଣ ବେହେରା, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାଏକ, ଲୋଇସିଂହା ସଭାପତି ବୀରେନ୍ଦ୍ର ବାରିକ, ଆଗଲପୁର ସଭାପତି ଦୀନବନ୍ଧୁ ବିଶ୍ୱାଳ, ଦେଓଗାଁ ବ୍ଲକ ଯୁବ ମୋର୍ଚ୍ଚା ସଭାପତି ବିଭୁ ଗୁରୁ, ଦେଓଗାଁ ବ୍ଲକ ଉପସଭାପତି ସୀତାରାମ ସାହୁ, ବଲାଙ୍ଗିର ନଗର ସଚିବ ଦେବରାଜ ନାଗ, ବୁଲୁ ପରଡିଆ, ସୁରଜ ବକୁଳ, ରମେଶ ବାଗ, କବି ସାହୁ, ପ୍ରଦୀପ ସାହୁ, ରବୀନ୍ଦ୍ର ନାଏକ, ମନୋଜ ନାଏକ, ଭାସ୍କର ରାଓ, ଶୈଳେନ୍ଦ୍ର ବାରିକ, ଅଶୋକ ସିଂ ଏବଂ ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.