oom

ସୁବର୍ଣ୍ଣପୁର ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦକୁ କେଶରୀୟା ହିନ୍ଦୁ ବାହିନୀର ପୂର୍ଣ୍ଣ ସମର୍ଥନ

jsmm

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଏବଂ ଘଟଣାରେ ସଂପୃକ୍ତ ମନ୍ତ୍ରୀ ମାନଙ୍କୁ ଯଥାଶୀଘ୍ର ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବୀ ନେଇ ଆଜି ସୁବର୍ଣ୍ଣପୁର ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦକୁ କେଶରୀୟା ହିନ୍ଦୁ ବାହିନୀ ତରଫରୁ ପୂର୍ଣ୍ଣ ସମର୍ଥନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ସନ୍ତୋଷ ଭୋଳ, ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ବଳଦେବ ବେଦବାକ୍, ଜିଲ୍ଲା ସଭାପତି ବ୍ୟାସଦେବ ମିଶ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନତ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର, ପ୍ରଦେଶ ପ୍ରବକ୍ତା ପ୍ରଶାନ୍ତ ଦଣ୍ଡସେନା, ଜିଲ୍ଲା ଉପସଭାପତି ଶମ୍ଭୁ ହୋତା, ମାନସ ରଞ୍ଜନ ମିଶ୍ର, ଧର୍ମ ରଞ୍ଜନ ପଣ୍ଡା, ସୁରଶ ପାତ୍ର, ଜିତେନ୍ଦ୍ର ମହାପାତ୍ର, ବାପି ଦାସ, ଚନ୍ଦ୍ର ଶେଖର ହୋତା, ଶ୍ରୀନିବାସ ଚାନ୍ଦ ତଥା ସୁବର୍ଣ୍ଣପୁର ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତା, ବଲାଙ୍ଗିର ଜିଲ୍ଲାର କାର୍ଯ୍ୟକର୍ତ୍ତା ଏବଂ ପ୍ରଦେଶର କାର୍ଯ୍ୟକର୍ତ୍ତା ସମୂହ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଏବଂ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

jittmm
Leave A Reply

Your email address will not be published.