oum

କେନ୍ଦୁପତ୍ର ବିଭାଗରେ ନିୟୋଜିତ ସିଜିନାଲ ଅସ୍ଥାୟୀ କର୍ମଚାରୀଙ୍କୁ ତିନି ମାସିଆ କାମ ପରିବର୍ତ୍ତେ ଛଅମାସ ବର୍ଦ୍ଧିତ କରିବାକୁ ଦାବୀ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ଯୋଗିମୁଣ୍ଡା କେନ୍ଦୁପତ୍ର ବିଭାଗ ରେଞ୍ଜ ଅଧିନରେ ନିୟୋଜିତ ହେଇଥିବା ଅସ୍ଥାୟୀ କର୍ମଚାରୀଙ୍କ ମାସିକ କାର୍ଯ୍ୟର ସମୟସୀମା ବଢ଼ାଇବାକୁ ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଯୋଗିମୁଣ୍ଡା କେନ୍ଦୁପତ୍ର ବିଭାଗ ରେଞ୍ଜ ଅଧିନରେ ନିୟୋଜିତ ଥିବା ଚେକର, ବାଇଂଡିଙ୍ଗ ଚେକର ହେଡ ଚେକର ବାଇଂଡିଙ୍ଗ, ମନସୀ, ଚପରାପି ପ୍ରମୁଖଙ୍କୁ କେନ୍ଦୁପତ୍ର ଗୋଛାକଟା କାମ ଆରମ୍ଭରୁ କାର୍ଯ୍ୟରେ ଯୋଗ ଦେଇଥାନ୍ତି । ହେଲେ ପତ୍ର ବନ୍ଧା କାର୍ଯ୍ୟରେ ସର୍କଲ ଚେକର ବାଇଂଡିଙ୍ଗ ଚେକର ହେଡ ଚେକର ମନସି, ଚପରାମାନଙ୍କୁ କେବଳ ତିନି ମାସ କାମରେ ନିୟୋଜିତ ହୋଇଥାନ୍ତି । କେବଳ ସରକାରୀ ଅଧିକାରୀ ଭାବରେ ଫରେଷ୍ଟର ନିୟୋଜିତ ଥିବା ବେଳେ କାମ ଥାଇ ମଧ୍ୟ ସର୍କଲ ଅଧିନରେ ନିୟୋଜିତ ଥିବା ଚେକରଙ୍କୁ କାମ ଥାଇ ମଧ୍ୟ ତିନି ମାସ ପରେ ତାଙ୍କ କାମ ବନ୍ଦ କରାଯାଇଥାଏ ବୋଲି ଅଭିଯୋଗ ହୋଇଛି । କେନ୍ଦୁପତ୍ର ଫଡିରେ ପତ୍ର ବନ୍ଧା କାର୍ଯ୍ୟ ବାରମାସିଆ ପତ୍ର ବନ୍ଧା କାର୍ଯ୍ୟ ଚାଳିଥିବା ବେଳେ ଏହି କାମରେ ସର୍କଲ ଚେକରମାନଙ୍କୁ ନିୟୋଜିତ କରାଯାଉଥିବା ଅଭିଯୋଗ ହେଉଛି । ତେଣୁ ସର୍କଲ ଚେକରମାନଙ୍କୁ ତିନି ମାସିଆ କାମରୁ ଛଅମାସକୁ ବର୍ଦ୍ଧିତ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.