ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ କେନ୍ଦୁପତ୍ର ତୋଳାଳି

ଭୁବନେଶ୍ୱର : ରାଜ୍ୟର କେନ୍ଦୁପତ୍ର ତୋଳାଳି ଓ ବନ୍ଧାଳିମାନଙ୍କର ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଂଘ ସୋମବାର ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କୃତଜ୍ଞତା ଜଣାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳିମାନଙ୍କୁ ସ୍ୱାଗତ କରିବା ସହ କହିଛନ୍ତି ଯେ, ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ରହିଛି । ଆଗାମୀ ଦିନରେ ଆପଣମାନଙ୍କ ଭଲ ପାଇଁ ବହୁତ କାମ କରିବି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନିକଟରେ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଥିଲେ । ବିଭିନ୍ନ ଦାବୀ ଉପରେ କେନ୍ଦୁପତ୍ର ତୋଳାଳି ସଂଘ ସହ ମୁଖ୍ୟମନ୍ତ୍ରୀ ଗତ ନଭେମ୍ବର ୧୬ରେ ଆଲୋଚନା କରିଥିଲେ । ଆଲୋଚନାର ସପ୍ତାହକ ମଧ୍ୟରେ ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳିଙ୍କୁ ୧୦୦୦ ଏବଂ ବନ୍ଧାଳି ଓ ଅନ୍ୟ କର୍ମଚାରୀଙ୍କ ପାଇଁ ୧୫ ଶହ ଟଙ୍କା ବୋନସ୍‌ ପ୍ରଦାନ କରିଛନ୍ତି । ସେହିଭଳି ତୋଳାଳି ଓ ବନ୍ଧାଳି ଏବଂ ଅସ୍ଥାୟୀ କର୍ମଚାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.