centurian jitm

ବାହାରେ ପଡ଼ିଛି ଦେଢ଼କୋଟି କେରି କେନ୍ଦୁପତ୍ର

  • କ୍ଷତି ସହିବେ ସରକାର : ରୋଜଗାର ହରାଇବେ ତୋଳାଳୀ
  • ୫୮ଟି ପତ୍ରଫଡିରେ ୩ଦିନ ହେଲା ୫ଦଫା ଦାବି ପୂରଣ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଦେଓଗାଁ, (ମନୀଷ କୁମାର ସାହୁ) : ସରକାର ୫ଦଫା ଦାବି ପୁରଣ କରୁନଥିବାରୁ କେନ୍ଦୁପତ୍ର ଖର୍ଦ୍ଧି ସମୟରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରି ଗାଁ ଗାଁରେ ବୈଠକ କରୁଛନ୍ତି କେନ୍ଦୁପତ୍ର ଫଡ଼ିରେ କାର୍ଯ୍ୟ କରୁଥିବା ମୁନସୀ ଓ ଚପରାସି । ଏପଟେ କିଣା ହୋଇଥିବା ପତ୍ର ଶୁଖିଲା ଅବସ୍ଥାରେ ପଡିଆରେ ପଡିରହିଥିବାରୁ ସରକାର କୋଟି କୋଟି ଟଙ୍କାର ରାଜସ୍ଵ ହରାଇବେ ବୋଲି ଆଲୋଚନା ହେଉଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ କେନ୍ଦୁପତ୍ର ଡିଭିଜନର ଭୂତିଆରବାହାଲ ରେଞ୍ଜର ୫ଟି ସେକ୍ସନ ସିଂହାମୁଣ୍ଡା, ରାମଚନ୍ଦ୍ରପୁର, ଶିବତଲା, ଚିକଲବାହାଲ, ଭୂତିଆରବାହାଲର ୫୮ଟି ପତ୍ରଫଡ଼ିକୁ ବନ୍ଦ କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ଏହି ଫଡ଼ିଗୁଡ଼ିକୁ ତଦାରଖ କରିବା ପାଇଁ ୧୬ଜଣ ଚେକରଙ୍କ ଆବଶ୍ୟକତା ରହିଛି ହେଲେ ୫ଟି ଚେକର ପଦବୀ ଖାଲି ଥିବାରୁ ୧୧ଜଣ କାମ କରୁଛନ୍ତି । ଏହି ଖାଲି ଥିବା ପଦବୀକୁ ପୂରଣ କରିବ ପାଇଁ ଗତ ଦୁଇଦିନ ହେଲା ୫୮ଟି ଫଡ଼ିର ମୁନସି, ଚପରାସି, ଚେକର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ୫୮ଟି ଫଡ଼ିରେ ୧ କୋଟି ୧୦ ଲକ୍ଷ କେରି କେନ୍ଦୁପତ୍ର ପଡ଼ିରହିଛି । ଏହି ପତ୍ରକୁ କିଣିବା ପାଇଁ ସରକାରଙ୍କ ୧ କୋଟି ୭୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଲାଣି । ଆନ୍ଦୋଳନକାରୀଙ୍କ ଦାବିକୁ ପୂରଣ ନ କଲେ ଆଗାମୀ ଦିନରେ ସରକାର କୋଟି କୋଟି ଟଙ୍କା କ୍ଷତି ସହିବେ ବୋଲି ଆନ୍ଦୋନକାରୀମାନେ କହିଛନ୍ତି । ଫଡ଼ି ବନ୍ଦ କରି ଆନ୍ଦୋଳନ କରୁଥିବାରୁ କେନ୍ଦୁପତ୍ର ତୋଳାଳୀ ମାନେ ମଧ୍ୟ ରୋଜଗାର ହରାଇ ଘରେ ବସିଥିବା ଦେଖିବାକୁ ମିଳୁଛି । ତେବେ ଆଜି ରାମଚନ୍ଦ୍ରପୁର ସେକ୍ସନ ଠାରେ ଅନୁଷ୍ଠିତ ହୋଇଥିବା ତୋଳାଳୀ, କର୍ମଚାରୀ ସଂଘର ଏକ ବୈଠକ ସିଜିନାଲ କର୍ମଚାରୀ ସଂଘର ସଭାପତି ଗୋପାଲ ଚନ୍ଦ୍ର ମିଶ୍ର ଓ ସଂଗଠକ ଚିତ୍ରସେନ ବଗର୍ତ୍ତୀ ଯୋଗ ଦେଇ ସରକାର ଶୀଘ୍ର ଦାବି ପୂରଣ ନ କଲେ ରେଞ୍ଜ ଅଫିସକୁ ତାଲାଦେଇ ରାଜରାସ୍ତାରେ ଧାରଣା ଦେଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.