oom

ଖପ୍ରାଖୋଲ କେନ୍ଦୁଲିଫ୍‌ର ରେଞ୍ଜର କେନ୍ଦୁପତ୍ର ବନ୍ଧେଇ ଶ୍ରମିକଙ୍କୁ ଅସଦାଚରଣ କରିଥିବା ଅଭିଯୋଗ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲଠାରେ କେନ୍ଦୁପତ୍ର ଅଫିସର ରେଞ୍ଜର ମହୋଦୟ ସୁରେଶ ତାଣ୍ଡି ବାରମ୍ବାର କିଛି ନାଁ କିଛି ଚର୍ଚ୍ଚାରେ ରହୁଛନ୍ତି । ଖପ୍ରାଖୋଲ ରେଞ୍ଜ ଅନ୍ତର୍ଗତ ମହରାପଦର ଫଡି ଘରେ ବନ୍ଧେଇ କାମ କରୁଥିବା ଶ୍ରମିକମାନେ ନିଜର ପ୍ରାପ୍ୟ ମାଗିବାରୁ ଖପ୍ରାଖୋଲ ରେଞ୍ଜର ପ୍ରାପ୍ୟ ଦେବା ବଦଳରେ ଶ୍ରମିକମାନଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଶ୍ରମିକମାନଙ୍କ ଅଭିଯୋଗ ଅନୁଯାୟୀ ଗତ ସେପ୍ଟେମ୍ବର ମାସ ୨୮ ତାରିଖ ଦିନ ୧୨ ଜଣ କେନ୍ଦୁପତ୍ର ବନ୍ଧେଇ ଶ୍ରମିକ ଓ ତାଙ୍କର ଚାରିଟା ପିଲାଛୁଆଙ୍କ ସହିତ ବରଗଡ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ପାଖରେ ଥିବା ବିଳାସପୁର ଓ ବୈତାଲୀ ଗ୍ରାମରୁ ଆସି ଖପ୍ରାଖୋଲ ରେଞ୍ଜ ଅନ୍ତର୍ଗତ ମହରାପଦରରେ ଥିବା କେନ୍ଦୁପତ୍ର ଫଡ଼ିଘରେ ପତ୍ରବନ୍ଧେଇ କାର୍ଯ୍ୟ କରିବା ପାଇଁ ଆସିଥିଲେ, କାମ ଶେଷ ହୋଇଯିବା ପରେ ନିଜର ପାଉଣା ଖପ୍ରାଖୋଲ ରେଞ୍ଜରଙ୍କୁ ମାଗିଥିଲେ, ହେଲେ ରେଞ୍ଜର ଆଜ୍ଞା ସରକାରୀ ଆଳ ଦେଖାଇ ଦେଇ ଶ୍ରମିକମାନଙ୍କୁ ଦୁଇଦିନ ଧରି ହଇରାଣ କରିଥିଲେ । ପରେ ପୁଣି ବୁଧବାର ଦିନ ଶ୍ରମିକମାନେ ପାଉଣା ମାଗିବାରୁ ରେଞ୍ଜର ତାଙ୍କୁ ଖରାପ ବ୍ୟବହାର ଦେଖେଇବା ସହିତ ତୁମେମାନେ ଏଠୁ ଯାଅ ମୋ ପାଖରେ ଟଙ୍କା ନାହିଁ ତୁମେ ଯାହା କରିବା କଥା କର ବୋଲି ଶ୍ରମିକ ମାନଙ୍କୁ କହିଥିଲେ । ମହରାପଦର ଫଡିଘରେ ତିନୋଟି ପରିବାର କାମ କରୁଥିବା ବେଳେ ସେମାନଙ୍କ ଖର୍ଚ୍ଚ ବାବଦକୁ ମିଳୁଥିବା ଖାଉଟି ଟଙ୍କା ସରିଯାଇଥିଲା, ଶ୍ରମିକମାନେ ତାଙ୍କ ପରିବାର ପୋଷଣ ଆଗକୁ କେମିତି କରିବେ ଏବଂ ନିଜ ଘରକୁ କେମିତି ଫେରିବେ ବୋଲି କହିଛନ୍ତି । ତେବେ ଖପ୍ରାଖୋଲରେ ଥିବା ରେଞ୍ଜରଙ୍କ ଶ୍ରମିକମାନଙ୍କ ପ୍ରତି ଏତେ ଘୃଣାଭାବ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଏ ନେଇ ଆମ ପ୍ରତିନିଧି ଡିଏଫଓ ଆଜ୍ଞାଙ୍କୁ ଯୋଗାଯୋଗ କରିବାରୁ ଡିଏଫଓ ନିଜେ ଏଥିରେ ହସ୍ତକ୍ଷେପ କରି ଶ୍ରମିକମାନଙ୍କ ପୁରା ପାଉଣା ଦେଇଦେବାକୁ ପ୍ରତିଶୃତି ଦେଇଥିଲେ । ଏଥି ସହିତ ଡିଏଫଓଙ୍କ ନିର୍ଦେଶ କ୍ରମେ ତତ୍କାଳ ଶ୍ରମିକମାନଙ୍କୁ ରେଞ୍ଜର ତାଣ୍ଡିବାବୁ ଖପ୍ରାଖୋଲକୁ ଡକାଇ ସମୁଦାୟ ପାଉଣା ଦେଇଥିବା ଜଣାପଡିଛି । ଅନ୍ୟପକ୍ଷରେ ମହରାପଦର ଫଡିଘରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କୁ ବିନା ଚୁକ୍ତି ପତ୍ରରେ ଗୋଟିଏ ଜିଲ୍ଲାରୁ ଅନ୍ୟ ଏକ ଜିଲ୍ଲାକୁ କିପରି ଭାବରେ ଆଣି ବନ୍ଧୁଆଶ୍ରମିକ ଭାବରେ ଖଟାଉଛନ୍ତି, ସେ ନେଇ ବିଭାଗୀୟ ଅଧିକାରୀଙ୍କ ଉପରେ ସାଧାରଣରେ ସନ୍ଦେହ ସୃଷ୍ଟି କରିଥିବା ବେଳେ ବିନା ପାଉଣାରେ କାମକରୁଥିବା ଶ୍ରମିକମାନଙ୍କ ପ୍ରତି ରେଞ୍ଜର ମହୋଦୟଙ୍କ ଏପରି ବ୍ୟବହାର କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଆଲୋଚନା ହେଉଅଛି ।

jittmm
Leave A Reply

Your email address will not be published.