ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ବର୍ଷ ବର୍ଷ ଧରି ଟିଟିଲାଗଡ଼ ସହରବାସୀ ଟିଟିଲାଗଡ଼ରେ କେନ୍ଦ୍ର ବିଦ୍ୟାଳୟ ଖୋଲିବାକୁ ଦାବି ଉପସ୍ଥାପନ କରି ଆସୁଥିଲେ ସୁଦ୍ଧା କୌଣସି କାରଣରୁ ଏହି ସ୍ୱପ୍ନ ସାକାର ହୋଇ ପାରୁନଥିଲା । ଗତ ଶୁକ୍ରବାର ଦିନ ଦେଶର ବିଭିନ୍ନ ସ୍ଥାନରେ ୨୮ଟି ନୂତନ କେନ୍ଦ୍ର ବିଦ୍ୟାଳୟ ଖୋଲିବାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ସେ ଭିତରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୮ଟି ଜିଲ୍ଲାରେ ଖୋଲିବ ସେ ଭିତରୁ ଟିଟିଲାଗଡ଼ ଅନ୍ୟତମ । ତେବେ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଟିଟିଲାଗଡ଼ ଜନସାଧାରଣ ସମସ୍ତ ବିଧାୟକ ଓ ସାଂସଦଙ୍କୁ ଅବଗତ କରାଇଥିଲେ । ତେବେ ଏବେର ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମଧ୍ୟ ଦାବି ଉପସ୍ଥାପନ କରିଥିଲେ । ଏବେର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂ ଦେଓ ମଧ୍ୟ ଟିଟିଲାଗଡ଼ ଠାରେ ନିଶ୍ଚୟ କେନ୍ଦ୍ର ବିଦ୍ୟାଳୟ ଖୋଲିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ପ୍ରଥମ ଥର ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଟିଟିଲାଗଡ଼ର ବିଧାୟକ ନବୀନ ଜୈନ ବିଜୟୀ ହେବା ଦିନ ଠାରୁ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଅବଗତ କରାଇ ଟିଟିଲାଗଡ଼ ଠାରେ ୧୩୨/୩୩ ଗ୍ରିଡ ଅନୁମୋଦନ କରିଥିଲେ । ସେହିପରି ସାଂସଦ ଶ୍ରୀମତୀ ସଙ୍ଗୀତା ସିଂ ଦେଓଙ୍କୁ ମଧ୍ୟ ଟିଟିଲାଗଡ଼ ଠାରେ କେନ୍ଦ୍ର ବିଦ୍ୟାଳୟ ଖୋଲିବାକୁ ନିବେଦନ କରିଥିଲେ ଫଳ ସ୍ୱରୂପ ଆସନ୍ତା କାଲି ଏତେ ଲୋକଙ୍କ ପରିଶ୍ରମର ଫଳ ସ୍ୱରୂପ କେନ୍ଦ୍ର ବିଦ୍ୟାଳୟ ଅନୁମୋଦନ ହୋଇପାରିଛି । ସେଥିପାଇଁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଶ୍ରୀମତୀ ସଙ୍ଗୀତା ସିଂ ଦେଓ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସହରବାସୀଙ୍କ ପକ୍ଷରୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି । ଏହି କେନ୍ଦ୍ର ବିଦ୍ୟାଳୟକୁ ଅନୁମୋଦନ ମିଳି ଥିବାରୁ ସହରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛିଃ ପ୍ରାଇଭେଟ୍ ସ୍କୁଲର ମନମାନି ଉପରେ କିଛି ମାତ୍ରାରେ ପ୍ରଭାବିତ ହେଉଥିବା ଅଭିଭ।ବକମାନେ ଏବେ ଶାନ୍ତିରେ ନିଶ୍ୱାସ ନେଉଛନ୍ତି । ଅଯଥା ଖର୍ଚ୍ଚାନ୍ତ ତଥା ମନ ଇଚ୍ଛା ଫିସ୍ ବୃଦ୍ଧି, ଖାତା ବହି କିଣା, ଡ୍ରେସ୍ କିଣାରେ ଅନିୟମିତତା ଅଭିଯୋଗ ଆଉ କରିବାକୁ ତାଙ୍କୁ ସୁଯୋଗ ମିଳିବନି । ସେ ଯାହାବି ହେଉ ଟିଟିଲାଗଡ଼ ସହରବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି । ନାମଲେଖା ଆରମ୍ଭକୁ ଅଭିଭାବକ ଅପେକ୍ଷା କରି ଚାହିଁ ବସିଛନ୍ତି ।
Next Post