ls

ଦକ୍ଷତା ବିକାଶ କେନ୍ଦ୍ରର ଭବ୍ୟ ଅଡିଟୋରିୟମର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

sb

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ଭବ୍ୟ ଅଡିଟୋରିୟମର ଲୋକାର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଶିକ୍ଷଣ ମାଧ୍ୟମରେ ଓଡ଼ିଆ ପିଲାଙ୍କ ଆତ୍ମବିଶ୍ୱାସ ବଢ଼ାଇ ସେମାନଙ୍କୁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମୀ କରିବା ପାଇଁ ଭୁବନେଶ୍ୱରର ଜାତୀୟ ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ)କୁ ଅଧିକ ଭବ୍ୟ କରିବା କାମରେ ଆମର ଉଦ୍ୟମ ଜାରୀ ରହିଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସରକାରୀ ସ୍ତରରେ ଉଦ୍‌ଘାଟିତ ହୋଇଥିବା ଅନୁଷ୍ଠାନ ଓଡିଶାର ସର୍ବବୃହତ ଅଡିଟୋରିୟମ୍ । ଏହି ଅଡିଟୋରିୟମର ନାମକରଣ ‘ବକ୍ସି ଜଗବନ୍ଧୁ ଦକ୍ଷତା ବିକାଶ ସଭାଗାର’ରେ ନାମିତ କରିବା ପାଇଁ ଏସଡ଼ିଆଇ କର୍ତ୍ତୃପକ୍ଷଙ୍କୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଯୁବପିଢିଙ୍କୁ ରୋଜଗାରକ୍ଷମ କରାଇବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଜନାକୁ ରାଜ୍ୟରେ କ୍ରିୟାନ୍ୱୟନ କରାଯାଉଛି । ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ୫ଜି ଟେକ୍ନୋଲୋଜି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତି ଗାଁକୁ ହାଇସ୍ପିଡ ଇଣ୍ଟରନେଟ୍ ସହ ଯୋଡ଼ିବାର କଳ୍ପନା ବିଶ୍ୱରେ ନୂଆ କ୍ରାନ୍ତି ଆଣିବ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଆ ପିଲାମାନେ ଦାଦନ ଖଟିବା ପାଇଁ ନୁହେଁ ବରଂ ବାହାରକୁ ଯାଇ ମାଲିକ ହେବାର ସ୍ୱପ୍ନ ଦେଖିବା ଉଚିତ୍ । ସେହିପରି ଆଗାମୀ ଦିନରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ହେବ, ଯାହା ଦ୍ୱାରା ଯୁବପିଢିମାନେ ଉପକୃତ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

pc pk
Leave A Reply

Your email address will not be published.