ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ନିଃଶୁଳ୍କ ଯୋଗ କେନ୍ଦ୍ରର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଯୋଗ ଗୁରୁ ଆରତୀ କରଙ୍କ ଆବାହକିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ଗୁରୁ ନରେନ୍ଦ୍ର ବେହେରା, ଗୁରୁ ଗଙ୍ଗାଧର ଦାଶ, ମହିଳା ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିତମ୍ବିନୀ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଯୋଗର ଆବଶ୍ୟକତା ଓ ଉପଯୋଗିତା ସମ୍ପର୍କରେ ମତ ରଖିଥିଲେ । ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଭଉଣୀ ମାନେ ହେଉଛନ୍ତି ଘରର ଖୁଣ୍ଟ ସଦୃଶ୍ୟ । ସେମାନେ ନିରୋଗ ରହିଲେ ସମ୍ପୂର୍ଣ୍ଣ ପରିବାର ନିରୋଗ ରହିବ । ଏଥିପାଇଁ ଯୋଗକୁ ପ୍ରାଧାନ୍ୟ ଦେବା ସହ ସମୟାନୁବର୍ତ୍ତିତା, ନିରନ୍ତର ପ୍ରୟାସ, ମାନସିକ ଶାନ୍ତି, ଖାଇବା ପିଇବାରେ ସନ୍ତୁଳନ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାସହ ଆଧି ଓ ବ୍ୟାଧି, ସପ୍ତାହକୁ ୬୦୦ ମିନିଟ ଯୋଗ କରିବା ଓ ଯୋଗ ସହ ବିଜ୍ଞାନ କିପରି ଅଙ୍ଗାଅଙ୍ଗୀ ଭାବେ ଜଡିତ ସେ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ କେନ୍ଦ୍ର ତରଫରୁ ଯଜ୍ଞର ଆୟୋଜନ କରାଯାଇଥିଲା । ଏଥିରେ ପୁରୋହିତ ଅରବିନ୍ଦ ପଣ୍ଡା ଓ କର୍ତ୍ତା ଭାବେ ଗଙ୍ଗାଧର ଦାଶ ଓ ଆରତୀ କର ଦାୟିତ୍ଵ ତୁଲାଇଥିଲେ । ଏହି ଅବସରରେ ଜ୍ୟୋସ୍ନାରାଣୀ ରାଉତଙ୍କୁ ଯୋଗ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଜୁରାଣୀ ଗୋଥ, ସୁଚିତ୍ରା ମହାନ୍ତି, ସାଗରିକା ଆଚାର୍ଯ୍ୟ, ପ୍ରିତୀ ଶର୍ମା, ଉମା ପୋଦ୍ଦାର, ମୌସମୀ ସରକାର, ଉର୍ମିଳା ସାହୁ, ଜ୍ୟୋସ୍ନାରାଣୀ ରାଉତ, କଳ୍ପନା ପଣ୍ଡା, ବିଷ୍ଣୁପ୍ରିୟା ଦାଶ, ସୁଷମା ପାତ୍ର, ସରସ୍ଵତୀ ପାତ୍ର, ପଦ୍ମାବତୀ ପାତ୍ର, ଗୀତା ଦେବୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଆବାହିକା ଶ୍ରୀମତୀ କର ଏକ କବିତା ପାଠ ସହ ଧନ୍ୟବାଦ ଅର୍ପଣ କରିଥିଲେ