centurian jitm

ଖୋଲିଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର

nschool
  • ଏଣିକି ଛେଣ୍ଡ ମୁଖ୍ୟ ମାର୍ଗରେ ଜନ ଔଷଧି କେନ୍ଦ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଏଣିକି ଛେଣ୍ଡ ମୁଖ୍ୟ ମାର୍ଗରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର ଖୋଲିଥିବାରୁ ସ୍ଥାନୀୟ ଅଞ୍ଚଳର ଖୁସିର ଲହର ଖେଳିଯାଇଛି । ରାଉରକେଲା ସହରର ସପ୍ତମ ତଥା ଛେଣ୍ଡ ଅଞ୍ଚଳରେ ଏହା ଦ୍ୱିତୀୟ ଜନ ଔଷଧି କେନ୍ଦ୍ର । କେନ୍ଦ୍ରର ମୁଖ୍ୟ ମାନୁଲିପା ବିଶ୍ୱାଳ ଓ ଧନଞ୍ଜୟ ବିଶ୍ୱାଳଙ୍କ ଆବାହକତ୍ଵରେ ଆୟୋଜିତ ଏହି ନିରାଡାମ୍ବର କାର୍ଯ୍ୟକ୍ରମରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଉଦ୍‌ଘାଟନ କରିବା ସହ ଏହା ଅଞ୍ଚଳବାସୀଙ୍କ ପାଇଁ ଉପଯୋଗୀ ହେବ ବୋଲି ମତ ରଖିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ହରିହର ରାଉତରାୟ, ସାମ୍ବାଦିକ ମନୋରଞ୍ଜନ ଦାଶ, ଶ୍ରମିକନେତା ବୈଦ୍ୟନାଥ ଦାସ ଯୋଗଦେଇ ନିଜସ୍ଵ ମତ ରଖିଥିଲେ । ସୂଚନାଯୋଗ୍ୟ ଯେ, ଏଠାରେ ପ୍ରତ୍ୟେକ ଡାକ୍ତରୀ ଔଷଧ ଉପରେ ୫୦ ପ୍ରତିଶତରୁ ୯୦ ପ୍ରତିଶତ ଛାଡ ମିଳିଥାଏ । ତେଣୁ ଏହାର ସୁଯୋଗ ନେବାପାଇଁ ଶ୍ରୀ ବିଶ୍ୱାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶ୍ରୀବତ୍ସ ସାମଲ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.