କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ : ଯୁବ ସମାଜ ସଜାଗ ହେଲେ ସାହିତ୍ୟର ପ୍ରଚାର ପ୍ରସାର ଘଟିବ

ବାଲେଶ୍ଵର : ବାଲେଶ୍ଵର ସହର ସ୍ଥିତ ଗାନ୍ଧୀ ସ୍ମୃତି ଭବନ ପରିସରରେ କେଦାର ଭାରତୀ ସାପ୍ତାହିକ ସାହିତ୍ୟ ପତ୍ରିକାର ବାର୍ଷିକ ଉତ୍ସଵ ଓ ବାର୍ଷିକ ବିଶେଷାଙ୍କ ଉନ୍ମୋଚନ ଉତ୍ସବ ଗାନ୍ଧୀ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଉତ୍ସବର ଦ୍ଵିତୀୟ ଅଧିବେଶନରେ ମୁଖ୍ୟ ଅତିଥିଭାବେ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ପତ୍ରିକାର ବାର୍ଷିକ ବିଶେଷାଙ୍କ ଉନ୍ମୋଚନ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ବାଲେଶ୍ଵରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ବରିଷ୍ଠ ସମାଜ ସେବୀ ଶ୍ରୀନାଥ ବେହେରା, ସମାଜ ସେବୀ ରଶ୍ମି ରଞ୍ଜନ ଦାସ ଯୋଗଦେଇ ଯୁବ ସମାଜ ସଜାଗ ହେଲେ ସାହିତ୍ୟ ବିକଶିତ ହେବା ସହିତ ମାତୃଭାଷା ଓ ସାହିତ୍ୟ ପ୍ରତି ମମତା ବଢିବ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ଦାସ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ପ୍ରକାଶକ ରଶ୍ମି ରଞ୍ଜନ ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମକୁ ଆର ଜି ଫିନ୍ ସର୍ଭିସେସର ନର୍ଥ ଜୋନାଲ ହେଡ ତପନ କୁମାର ସାହୁ, ଶୋଭାକର ସାହୁ, ଡକ୍ଟର ପ୍ରତାପ କେଶରୀ ହୋତା, ଇଞ୍ଜିନିୟର ସୁବ୍ରତ କୁମାର ଭଞ୍ଜ, ତୁଳସୀ ରାଉଳ, ରଞ୍ଜିତା ମହାନ୍ତି, ନିବେଦିତା ମହାପାତ୍ର, ରାଜଲକ୍ଷ୍ମୀ ଦାସ, ରଘୁନାଥ ଖମାରୀ, ଲକ୍ଷ୍ମୀପ୍ରିୟା ବେହେରା, ହରପ୍ରିୟା ବେହେରା, ଆଦିତ୍ୟ ନାୟକ, ସନ୍ତୋଷ ମେହେର ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ୫୦ ଜଣ କବି ଲେଖକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା କ୍ଷ ସେହିପରି ପ୍ରଥମ ଅଧିବେଶନରେ ସମାଜସେବୀ ମାନସ କୁମାର ଦତ୍ତ, ପର୍ଶୁରାମ ବେହେରା, ସତ୍ୟଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ୨୦ ଜଣ କବି ଲେଖକ ତାଙ୍କ ସ୍ଵ ରଚିତ କବିତା ପଠନ କରିଥିଲେ ।

Leave A Reply

Your email address will not be published.