centurian jitm

ନିରାଶ୍ରୟା କୌଶଲ୍ୟାଙ୍କୁ କେବେ ମିଳିବ ଘର

nschool

ତୁରେକେଲା, (କୈଳାଶ ସଗ୍ରିଆ) : ହଲନଭଟା ଗ୍ରା.ପ. ଅନ୍ତର୍ଗତ କୁଶପାଲି ଗ୍ରାମର କୌଶଲ୍ୟା ମେହେର ସ୍ଵାମୀ ସ୍ୱର୍ଗତ ଲଛମନ ମେହେର ଏକ ଜମିହୀନ ନିରିହ ବିଧବା ମହିଳା ଦୈନିକ କୁଲି ମଜୁରି କରି ନିଜର ଦୁଇ ପୁଅ ସଦାଶିବ ମେହେର (୧୩) ଓ ଧନେଶ୍ଵର ମେହେର (୧୨) ସହିତ ନିଜର ପରିବାର ଭରଣପୋଷଣ କରିଥାନ୍ତି । ସୂଚନା ଅନୁସାରେ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡିଛନ୍ତି କୌଶଲ୍ୟା । ରହିବା ପାଇଁ ଘର ଖଣ୍ଡିଏ ନଥିବାରୁ ସେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବା ପାଇଁ ଅନେକ ଥର ସରପଞ୍ଚଙ୍କୁ ଗୁହାରି କରିଥିଲେ ସୁଦ୍ଧା ଏଯାଏଁ ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେଇନଥିବା ଅଭିଯୋଗ କରିଛନ୍ତି । ତାଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.