oom

ରାଉରକେଲା କଲେଜରେ ବନ ମହୋତ୍ସବ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ତରଫରୁ ଜାତୀୟ ସେବା ଯୋଜନା ଅନ୍ତର୍ଗତ ବନ ମହୋତ୍ସବ କାର୍ଯ୍ୟକ୍ରମ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାନପୋଷ ବନାଞ୍ଚଳ ତରଫରୁ ସହଯୋଗ କରାଯାଇଥିଲା । କଲେଜର ଅଧ୍ୟକ୍ଷ ଡ. ରବିନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ ମୁଖ୍ୟଅତିଥି , ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ସମାଜସେବୀ ଶଶିଧର ପାତ୍ର, ଫରେଷ୍ଟ ରେଞ୍ଜର ଜ୍ଞାନେନ୍ଦ୍ର ଲିମା, ସହଯୋଗୀ ରୀତାଞ୍ଜଳୀ ଶତପଥୀ, ଦୁଖୁ କିଶାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ବୃକ୍ଷରୋପଣର ଆବଶ୍ୟକତା ଓ ପରିବେଶ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶ୍ରୀ ଲିମା ଏହି ଅବସରରେ କହିଲେ ଯେ ସମ୍ପ୍ରତି ଦୁଇଟି ପୂର୍ଣ୍ଣ ବୟସ୍କ ଗଛ ଯେତିକି ଅମ୍ଳଜାନ ଛାଡେ ତାହା ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କର ଆବଶ୍ୟକ ହୁଏ । ସେହି ଦୃଷ୍ଟିରୁ ପ୍ରତ୍ୟେକ ଅତି କମରେ ଦୁଇଟି ଗଛ ଲଗାଇବା ଓ ଏଥିରେ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପିକା ରଶ୍ମିପ୍ରଭା ମଥାନ, ଅଧ୍ୟାପିକା ବନ୍ଦନା ସୋରେନ, ଅଧ୍ୟାପକ ରଞ୍ଜିତ ପ୍ରଧାନ, ସନ୍ତୋଷ ରଜାକ, ଅଧ୍ୟାପିକା ପ୍ରିୟଙ୍କା ପଲେଇ, ଅଧ୍ୟାପିକା କରିସ୍ମା ନାୟକ ,ଏନଏସଏସର ସଦସ୍ୟ ଓ କଲେଜର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ପରିସରରେ ପ୍ରାୟ ୨୦୦ ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଆରଷୀ ସେନାପତି, ଦେବସ୍ମିତା ପଟ୍ଟନାୟକ, ବିକି ନାଗ, ରୋହିତ ବେବର୍ତ୍ତା, ବିନୋଦିନୀ ମୁଣ୍ଡା, ଜଗନ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.