ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ ର ସପ୍ତାହବ୍ୟାପୀ ବନମହୋତ୍ସବ କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ସହରର ବିଭିନ୍ନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକ, ସାଧାରଣ ସମ୍ପାଦକ ଅନିଲ କୁମାର ଦାଶ ଓ ଆବାହକ ହରିହର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୮ ତାରିଖ ଦିନ ଡେଭଲୋପଡ ଏରିଆ ହାଇସ୍କୁଲଠାରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ସାହୁଙ୍କ ସଭାପତିତ୍ୱରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବନମହୋତ୍ସବ ଓ ବୃକ୍ଷ ରୋପଣ ସମ୍ପର୍କିତ ତର୍କ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସର୍ବଶ୍ରୀ ବିଶ୍ୱଜିତ ସାହୁ, ଦେବାଶିଷ ନାୟକ, ସୁଜାତା ସାହୁ, ସୁଶ୍ରିତା ସରିତା ଦାସ, ରଶ୍ମିତା ନାୟକ, ଶ୍ରଦ୍ଧାଞ୍ଜଳି ନାୟକ, ଅନ୍ନପୂର୍ଣ୍ଣା ମହାପାତ୍ର, ଦିବ୍ୟ କୁମାର ଭୋଇ, ସନ୍ତୋଷ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ ତଥା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ୯ତାରିଖ ଦିନ ପାନପୋଷ ସ୍ଥିତ ରଘୁନାଥପଲୀ ୟୁ ପି ସ୍କୁଲରେ ବନମହୋତ୍ସବ, ବୃକ୍ଷ ରୋପଣ ଓ ତର୍କ ପ୍ରତିଯୋଗିତା କରାଯାଇଥିଲା । ତର୍କରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଅପର୍ଣ୍ଣା ସାମଲଙ୍କ ସଭାପତିତ୍ୱରେ, ବରିଷ୍ଠ ଶିକ୍ଷୟିତ୍ରୀ ସବିତା ବସ୍ତିଆ, ଦେବେନ୍ଦ୍ର କୁମାର ସାହୁ, ଲିତାଞ୍ଜଳୀ ସାହୁ, ସାଗରିକା ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ ତଥା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ୧୦ ତାରିଖ ଦିନ ଟିସ୍କୋ କ୍ୱାରୀ ସ୍ଥିତ ବିର୍ସା ମୁଣ୍ଡା ନୋଡାଲ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବିଶ୍ଵାଳଙ୍କ ସଭାପତିତ୍ବ ରେ ବନମହୋତ୍ସବ କାର୍ୟ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ ତଥା ତର୍କ ପ୍ରତିଯୋଗିତା କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର କର୍ମକର୍ତ୍ତା , ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ୟୁଥ୍ ଓ ଇକୋ କ୍ଲବର ସଦସ୍ୟ ମାନେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ବିଜୟ କୁମାର ପ୍ରଧାନ, ହେମନ୍ତ କୁମାର ବେହେରା, ରାଜେନ୍ଦ୍ର ପଟ୍ଟନାୟକ, ଉର୍ମିଳା ଲାକ୍ରା, ସୁଷମା ପଣ୍ଡା,ଶିଲା ମିଞ୍ଜ, ଜାହ୍ନବୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସେହିପରି ବିଭିନ୍ନ ଦିନମାନଙ୍କରେ ବସୁଧୈବ କୁଟୁମ୍ବକମର ସଦସ୍ୟଙ୍କ ବ୍ୟତୀତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ, ଆରଏସପିର ପ୍ରାକ୍ତନ ମହାପ୍ରବନ୍ଧକ ଇଂ ଅଭୟ କୁମାର ଦାସ, ସହ ପ୍ରବନ୍ଧକ ସୁବାସ ମହାପାତ୍ର, ପ୍ରାକ୍ତନ ଶିକ୍ଷାଧିକାରୀ ରଶ୍ମି ବାଳା ରାଉତରାୟ, ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ବିଜୟିନୀ ଜେନା ପ୍ରମୁଖ ଯୋଗଦେଇ ଆଶ୍ରିବଚନ ସହ ବନମହୋତ୍ସବର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସଚ୍ଚିକାନ୍ତ ଓ ସୂର୍ଯ୍ୟନାରାୟଣ ପ୍ରମୁଖ ସହଯୋଗ କରିଥିଲାବେଳେ ଶେଷରେ ଆବାହକ ଶ୍ରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post