ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ସାରନଗରୀ ସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ମହିଳା ସଶକ୍ତିକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ବିଭିନ୍ନ କ୍ଷେତ୍ରରୁ ପଚାଶ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ କ୍ଲବର ସଭାପତି ରୋଟାରିଆନ ଡ ମିନତୀ ପଣ୍ଡା ଗୋଲାପ କଡି ଏବଂ ଛୋଟ ଉପହାର ଦେଇ ସ୍ୱାଗତ କରିଥିଲେ । ରୋଟାରୀଆନ ଅଜିତ ମୋହନ ପୂଜାରୀ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ମହିଳା ସଶକ୍ତିକରଣ କମିଟିର ଜିଲ୍ଲା ସହ-ଅଧ୍ୟକ୍ଷ ରୋଟାରିଆନ ପି.ଆର ପାତ୍ର ରୋଟାରୀ ଇଣ୍ଟରନ୍ୟାସନାଲର ମୂଳମନ୍ତ୍ର ଏବଂ କାର୍ଯ୍ୟକଳାପ ସମ୍ପର୍କରେ ସଭାକୁ ସମ୍ବୋଧିତ କରିଥିଲେ । ସଭାପତି ଡ ମିନତୀ ପଣ୍ଡା “ତୃଣମୂଳ ସ୍ତରରେ ମହିଳା ସଶକ୍ତିକରଣ” ବିଷୟରେ କହିଥିଲେ । ବକ୍ତା ଭାବେ ଏସଓଏସ ଭିଲେଜ ର ପ୍ରାକ୍ତନ ନିର୍ଦ୍ଦେଶକ ରୋଟାରିଆନ ବିଜୟଲକ୍ଷ୍ମୀ ତ୍ରିପାଠୀ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଜୀବିକା ବିଷୟରେ ବକ୍ତବ୍ୟ ରଖିଥିଲେ । ଅବସରପ୍ରାପ୍ତ ବ୍ୟାଙ୍କ ପରିଚାଳକ ରୋଟାରିଆନ ବି କେ ତନ୍ତୀ ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସମାଜ ପ୍ରତି ଅବଦାନ ପାଇଁ ଗଣମାଧ୍ୟମ ପ୍ରତିନିଧି ସରୋଜ କୁମାର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ସମସ୍ତ ଅଂଶଗ୍ରହଣକାରୀଙ୍କୁ ରୋଟାରୀ ବ୍ରାଣ୍ଡେଡ୍ ଛତା ଏବଂ ଖାଦ୍ୟ ବଣ୍ଟନ କରାଯାଇଥିଲା । ଶେଷରେ ରୋଟାରିଆନ ଅର୍ଚ୍ଚନା ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ରୋଟାରିଆନ ଅଜିତ ମୋହନ ପୂଜାରୀ କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ ପରିଚାଳନା କରିଥିଲେ । ରୋଟାରିଆନ ଡକ୍ଟର ପଣ୍ଡା, ଅର୍ଚ୍ଚନା ଦେବତା, ପ୍ରଶାନ୍ତ ରଞ୍ଜନ ପାତ୍ର, ଡ ସଞ୍ଜୁକ୍ତା ପତି, ବସନ୍ତ କୁମାର ତନ୍ତୀ, ଅଜିତ ମୋହନ ପୂଜାରୀ, ବିଜୟଲକ୍ଷ୍ମୀ ତ୍ରିପାଠୀ, ଅନିତା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.