ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ହରିତ ଜୀବନ ପଦ୍ଧତି ଉପରେ ଆଲୋଚନା ଚକ୍ର ସହ ପ୍ରକୃତି ବନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପର୍ଯ୍ୟାବରଣ ସଂରକ୍ଷଣ ଗତିବିଧି ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ହରିତ ଜୀବନ ପଦ୍ଧତି ବିଷୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କ୍ଷେତ୍ରୀୟ ପର୍ଯ୍ୟାବରଣ ଗତିବିଧି ସଂଯୋଜକ ଡ. ଅନିଲ କୁମାର, ମୁଖ୍ୟବକ୍ତା ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବୈଜ୍ଞାନିକ ଅନ୍ୱେଷା ପଣ୍ଡା, ସମ୍ମାନିତ ଅତିଥି ଭାବେ ଇଞ୍ଜିନିୟର ଗଣେଶ ମହାପାତ୍ର (ରାଷ୍ଟ୍ରୀୟ ସ୍ୱୟଂ ସେବା ସଂଘର ପ୍ରାନ୍ତ କାର୍ଯ୍ୟବାହାକ), ପ୍ରାନ୍ତ ପ୍ରଚାରକ ଶଙ୍କର ପଣ୍ଡା, ପର୍ଯ୍ୟାବରଣ ଗତିବିଧି ପ୍ରାନ୍ତ ସଂଯୋଜକ କାମତା ପ୍ରସାଦ ଚନ୍ଦ୍ରାକାର ଯୋଗ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ପ୍ରଥମେ ଉଦଘାଟନ ସୂତ୍ରରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଥ୍ରୀ ଆର୍ ଏବଂ ଥ୍ରିୀ ପି ବିଷୟରେ ବିସ୍ତୃତ ବର୍ଣ୍ଣନା କରିଥିଲେ ଡ. ଅନିଲ କୁମାର । ଏହାପରେ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରକୃତି ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବୃକ୍ଷଦେବତାଙ୍କ ପୂଜନ, ଆରତୀ ସହ ରକ୍ଷା ସୂତ୍ର ବନ୍ଧନ କରି ପର୍ଯ୍ୟାବରଣର ସୁରକ୍ଷା ପାଇଁ ସଂକଳ୍ପ ନିଆଯାଇଥିଲା । ତାପରେ ପର୍ଯ୍ୟାବରଣର ପ୍ରଦୂଷଣ ଏବଂ ମାନବ ସମାଜ ଉପରେ ତାହାର ଭୟାବହ ପରିଣାମ ସମ୍ପର୍କରେ ପିପିଟି ମାଧ୍ୟମରେ ପର୍ଯ୍ୟାବରଣ ବୈଜ୍ଞାନିକ ଶ୍ରୀମତୀ ପଣ୍ଡା ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ପଶ୍ଚିମ ଓଡ଼ିଶାର ୧୫ଟି ଜିଲ୍ଲାର ପ୍ରମୁଖ କାର୍ଯ୍ୟକର୍ତ୍ତା, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କମ୍ବୁପାଣି ପାଢ଼ୀ, ଡମ୍ବରୁଧର କର୍ମୀ, ରାଜେଶ କୁମାର ବାବୁ, ଦିଲ୍ଲୀପ କୁମାର ସାହୁ, ଉମେଶ ମାଝୀ, ସନ୍ତୋଷ କୁମାର ମେହେର, ସପ୍ନେଶ୍ୱର ମହାକୁର, ଟିଟିଲାଗଡ଼ ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଗଛ ମଣିଷ ଉପେନ୍ଦ୍ର ବାଗ, କବି ସାହିତ୍ୟିକ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ, ଆଚାର୍ଯ୍ୟମାନେ ଉପସ୍ଥିତ ଥିଲେ ।