ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ରବିବାର ସନ୍ଧ୍ୟାରେ ଏକ୍‌ ସାମ୍‌ ଦେଶ୍‌ କେ ନାମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅତି ସୁନ୍ଦର ଭାବରେ ପାଳିତ ହୋଇଯାଇଛି ଟିଟିଲାଗଡ଼ ଲାୟଂସ୍ କ୍ଲବ୍ ଦ୍ଵାରା ଆୟୋଜିତ ଏକ୍‌ ସାମ୍‌ ଦେଶ୍‌ କେ ନାମ୍‌ କାର୍ଯ୍ୟକ୍ରମ । ପ୍ରଥମେ ଲାୟନ୍ସ କ୍ଲବର ଡିଜି ଟିମ, କ୍ଲବ ସଭାପତି ସଞ୍ଜୟ ସୋନି ଓ କ୍ୟାବିନେଟ ସଦସ୍ୟଙ୍କ ଦ୍ୱାରା ଗଣେଶଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । କ୍ଲବ ସଭାପତି ସଞ୍ଜୟ ସୋନି ସମସ୍ତ ଅତିଥିଙ୍କୁ ସ୍ଵାଗତ କରିଥିଲେ । ଲାୟନ ଗଙ୍ଗାଧର ଶର୍ମା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର, ଏସ୍‌ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନ, ଲାୟନ୍ସ ଡିଷ୍ଟ୍ରିକ୍ଟ ୩୨୨ ସି ୨ (ଥ୍ରୀ ଟୁ ଟୁ ସି ଟୁ)ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ମମତା ଗୌତମ, ଭିଡ଼ିଜି ୱାନ୍‌ ଚରନ୍‌ ଜିତ୍ କୌର ହୁରା, ଭିଡ଼ିଜି ଟୁ ଦୁର୍ଗେସ ନନ୍ଦିନୀ, କ୍ୟାବିନେଟ ସେକ୍ରେଟାରୀ ରାଧିକା ଗୌତମ, ପୂର୍ବତନ ଡିଜି ପ୍ରତାପ ବଂଶଲ, ଯମୁନା ପ୍ରସାଦ ଗୋଏଲଙ୍କ ସହ କେସିଙ୍ଗା, ପଦ୍ମପୁର, ପାଟଣାଗଡ କ୍ଲବର ସଦସ୍ୟ ଉପସ୍ଥିତ ଥିଲେ । ତେବେ କାର୍ଯ୍ୟକ୍ରମ ଗଣେଶ ବନ୍ଦନାରୁ ଆରମ୍ଭ ହୋଇଥିଲା । ଏହି ଅବସରରେ ଅବସର ଗ୍ରହଣ କରିଥିବା ସେନାନିଙ୍କୁ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ତାପରେ ଦେଶଭକ୍ତି ସଙ୍ଗୀତର ତାଳେ ତାଳେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ଟିମ୍‌ମାନଙ୍କୁ ମୂଲ୍ୟାଙ୍କନ କରିବାକୁ ତିନୋଟି ଜଜ୍ ଯୁଗଳ ସାହୁ, ବାପି ଡେଭିଡ, ଗଗନ ବାଗ ଆସିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ କ୍ଲବ ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଟିଟିଲାଗଡ଼ ଲାୟନ୍ସ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.