ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ତରଫରୁ ରୋଟାରୀ ଲିଡରସିପ ଇନଷ୍ଟିଚ୍ୟୁଟ (ଆରଏଲଆଇ) ର ଦ୍ୱିଦିବସୀୟ ବିଭାଗ ୧ ଓ ବିଭାଗ ୨ ଗ୍ରାଜୁଏସନ କୋର୍ସ୍ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବ୍ରାହ୍ମଣୀ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଆରଏଲଆଇ ର ଡିଭିଜିନାଲ ଚେୟାର, ଜୋନ ୬ର ପିଡିଜି ରଞ୍ଜନ ଗଣ୍ଡତରା ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ତାଙ୍କ ବକ୍ତବ୍ୟରେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଉପଯୋଗୀତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ଜିଲ୍ଲା ସଂଯୋଜକ ପିଡିଜି ଏଫ୍ ସି ମହାନ୍ତି, ପିଡିଜି ଶମ୍ବୁ ଜଗତରାମକା, ଡିଜିଈ ଆଲାମ ସିଂ ରୂପ୍ରା, ଆରଏଲଆଇ ଜିଲ୍ଲା ଅଧ୍ୟକ୍ଷା ପିପି ଡ ଅଞ୍ଜନା ମୈତ୍ର ପ୍ରମୁଖ ଉପସ୍ଥିତ ରହି ଆରଏଲଆଇର ତାଲିମ କିପରି ରୋଟାରିଆନଙ୍କ କାର୍ଯ୍ୟ ଦକ୍ଷତା ବଢାଇବ, ସେ ସମ୍ପର୍କରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲାର ବିଭିନ୍ନ ରୋଟାରୀ କ୍ଲବର ରୋଟାରିଆନ ମାନେ ଅଂଶଗ୍ରହଣ କରିଥିଲେ । ରୋଟାରୀ ଷ୍ଟିଲ ସିଟିର ସଭାପତି ବୀଣାପାଣି ରଥ, ପୂର୍ବତନ ସଭାପତି ତଥା କାର୍ଯ୍ୟକ୍ରମର ଅଧ୍ୟକ୍ଷା ରୋଟାରିଆନ ପୁତୁଲ ରାହୁଲ, ସୁଚିସ୍ମିତା ବିଶ୍ୱାସ, ପୂର୍ବତନ ସମ୍ପାଦକ ଡ. ସରିତା ମଲ୍ଲ, ଟୁନି ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଉଦଯାପନୀ ଉତ୍ସବରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ରୋଟାରିଆନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟ ରୋଟାରୀଆନଙ୍କ ମଧ୍ୟରେ ରଶ୍ମି ମିଶ୍ର, ବନାନୀ ଦାଶ, ନିବେଦିତା ମହାନ୍ତି, ରଣଜିତ୍ ମଲ୍ଲିକ, ଉତ୍ପଳ ଘଟକ, ଶଙ୍କର ପ୍ରସାଦ ତ୍ରିପାଠୀ, ନମିତା ଆଚାର୍ଯ୍ୟ, ଦୀପିକା ଦେ, ଅସିମା ମିଶ୍ର, ଅର୍ଚ୍ଚନା ଦେବତା, ମଞ୍ଜୁବାଳା ପାଢ଼ୀ, ପ୍ରଫୁଲ୍ଲ ପତି, ଶରତ ପାଣିଗ୍ରାହୀ, ମଧୁଶ୍ରୀ କୁଣ୍ଡୁ, ରାକେଶ ଅଗ୍ରୱାଲ, ସୁରଜ ନାୟକ, ଆଶିଷ ନାୟକ,ଡ ନିବେଦିତା ରାୟ, ସୁଶାନ୍ତ ତ୍ରିପାଠୀ, ବିଜୟଲକ୍ଷ୍ମୀ ତ୍ରିପାଠୀ, ଡେଜି ପ୍ରଧାନ, ସ୍ୱୀକୃତି ଶୁକ୍ଳା, ଖୁସମନ ସୋନ୍ଥାଲିଆ ପ୍ରମୁଖ ଉପସ୍ଥିତ ଥିଲେ ।
