ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜା ସେବା ସଂଗଠନର ସହଯୋଗରେ ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଗତ ତିନି ଦିନ ଧରି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି । ପ୍ରଥମ ଦିନ ଆର.ଆର. କଲୋନି ଓ ସଦାଇପାଲି ହାଇସ୍କୁଲରେ, ଦ୍ୱିତୀୟ ଦିନ ସଦାଇପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଧୁମାମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପଥରଚେପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ତୃତୀୟ ଦିନ ଶାନ୍ତିପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ କରି ବୃକ୍ଷ ହିଁ ଭଗବାନ ଓ ବୃକ୍ଷ ହିଁ ଜୀବନ ବୋଲି ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇ ପ୍ରତ୍ୟେକ ଛାତ୍ରଛାତ୍ରୀ ଦୁଇ ଦୁଇଟି ବୃକ୍ଷ ରୋପଣ କରିବାକୁ ପରାମର୍ଶ ଦିଆଯାଇଛି । ଶାନ୍ତିପଡାଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକ୍ରମରେ ଉପଦେଷ୍ଟା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ଦେବତାର ମହତ୍ୱ ବୁଝାଇଥିଲେ । ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଛମାନଙ୍କୁ ଧୂପ, ଦୀପ ଓ ସିନ୍ଦୁର ଦେଇ ପୂଜା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସୁନାଧର ବନଛୋର, ଚୁଡେନ୍ଦ୍ର କୁମାର ବେହେରା, ନୃପରାଜ ରଣା, ଭୀମସେନ ସାହୁ ଏବଂ ଆଦ୍ୟାଶନ୍ତି ନାରୀ ସଂଗଠନର ମାଳତି ଉଦ୍ଗାତା, କସ୍ତୁରୀ ରଥ, ନିହାରିକା ମିଶ୍ର, ଆରତୀ ମିଶ୍ର ଓ ରାଜଶ୍ରୀ ତ୍ରିପାଠି ସହଯୋଗ କରିଥିଲେ । ଶେଷରେ ଉପ-ସଭାପତି ମଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post