oom

କାୟକଳ୍ପ ଟିମ୍‌ର କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ସମୀକ୍ଷା

jsmm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜ଼ିଲ୍ଲା କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ପାଇଁ ମଙ୍ଗଳବାର କାୟକଳ୍ପ ଟିମ ସଦସ୍ୟ ପହଂଚି ଭିତ୍ତିଭୂମି ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି । ମଧ୍ୟାହ୍ନରେ ଏହି ଟିମ୍ ପହଞ୍ଚିବା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ତତ୍ୱଦର୍ଶୀ ଦାସ ସମେତ ଡାକ୍ତରଖାନା କର୍ମଚାରୀମାନେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ପରେ ଟିମ୍‌ର ସଦସ୍ୟ ମାନେ ଡାକ୍ତରଖାନାର ଇନଡୋର, ଆଉଟ ଡୋର, କୋଭିଡ ଟୀକାକରଣ କେନ୍ଦ୍ର, ଫ୍ଲୁ ସେଣ୍ଟର, ଔଷଧ ଭଣ୍ଡାର, ରୋଗୀ ୱାର୍ଡ, ପ୍ରସୂତି ୱାର୍ଡ ବୁଲି ଦେଖିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ବିଭିନ୍ନ ଅନୁଦାନ ପାଣ୍ଠିର ଖର୍ଚ୍ଚ ବିବରଣୀ ଯାଞ୍ଚ କରିଥିଲେ । କାୟାକଳ୍ପ ମେଡ଼ିକାଲ ଟିମ୍‌ରେ ଡାକ୍ତର ପ୍ରଦୀପ କୁମାର ପାଢୀ, ଡାକ୍ତର ବିକାଶ ପଟ୍ଟନାୟକ, ହୀରାଲାଲ ନାଏକ ଡିଏଚଏଚ କଳାହାଣ୍ଡି ଡାକ୍ତର ଶ୍ରୀରାମ ମହାନ୍ତି ସମେତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗାଁ କଲ୍ୟାଣ ସମିତିର ରିତା ନାଏକ ପ୍ରମୁଖ ଉପସ୍ଥିତ ରହି ପରିଦର୍ଶନ କରିଥିଲେ । ଏହି ସମୟରେ କୋକସରା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଜୟଲକ୍ଷ୍ମୀ ପଣ୍ଡା, ଅଭିଷେକ ବେହେରା, ଅନିଲ ମେହେର, ବି.ପି.ଏମ୍ ମାନସ ନୟନ ସ୍ୱାଇଁ, ପି.ଏଚ.ଇ.ଓ ଚିଦାନନ୍ଦ ପଣ୍ଡା, ଫାର୍ମାସିଷ୍ଟ ସୁଧୀର ଧଙ୍ଗଡାମାଝୀ, ସେବିକା ଲଷ୍ମୀପ୍ରିୟା ବଲ, ଗୀତାଞ୍ଜଳି ବାଗ, ଆରତି ନାଏକ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.