କୁଡାସିଂହା ବୁଢାଡଙ୍ଗର କଲେଜରେ ଆତ୍ମରକ୍ଷା କୌଶଳ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ସ୍ଥିତ ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ଶୁକ୍ରବାର ଦିନରୁ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଚାଲୁଅଛି । ଏହି ଅବସରରେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତି ଯୋଗ ଦେଇଥିବା ବେଳେ ନରେନ୍ଦ୍ର ଚନ୍ଦ୍ର ମିଶ୍ର, ସୁବିନ୍ଦ୍ର ବାଗ, ପ୍ରତିମା ହେର୍ଣା, ଚିନ୍ମୟୀରାଣୀ ମିଶ୍ର, ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ ମାନସୀ ମଲ୍ଲିକ ଓ ଯଜ୍ଞାସେନି ମଲ୍ଲିକ ପ୍ରଶିକ୍ଷଣ ଦେଇ ଆସୁଛନ୍ତି । ଏହି ଶିବିରଟି ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମହାବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.