oom

ବଲେରୋ ପିକ୍‌ଅପ୍, ବାଇକ ସହିତ ୭ଜଣ କାଠଚୋର ଗିରଫ୍‌

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳା ଉତ୍ତର ବନଖଣ୍ଡ ଅଧିନସ୍ଥ ମ.ରାମପୁର ରେଂଜ ଅଂଚଳରେ ଗତକାଲି ରାତିରେ ପେଟ୍ରୋଲିଂ ସମୟରେ ଗୋଟିଏ ପିକଅପ୍ ଗାଡ଼ି, ଦୁଇ ବାଇକ ସହିତ ଚୋରା ସାଇଜ କାଠ ଜବତ କରିଛି ବନବିଭାଗ । ଏହି ରାକେଟରେ ଥିବା ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ତେବେ ଏକକାଳୀନ ସାତଜଣ କାଠମାଫିଆ ଧରାପଡ଼ିବା ନିଶ୍ଚିତ ଭାବରେ ବନବିଭାଗର ଏକ ବଡ଼ଧରଣର ସଫଳତା ବୋଲି ଚର୍ଚ୍ଚା ହେଉଛି । ତେବେ ସୂଚନା ମୁତାବକ ଗତକାଲି ରାତିରେ ଉର୍ଲାଦାନୀ ରାସ୍ତା କଙ୍କଡ଼ାନାଳ ପାଖରେ ଏକ ବୋଲେରୋ ପିକଅପ୍ ଗାଡ଼ି ନଂ ଓଆର୍ ୦୫ଏବି୬୫୪୭ରେ ୬୬ଖଣ୍ଡ ଶାଳକାଠ(ସାଇଜ) ଚୋରାଚାଲାଣ ହେଉଥିବା ବେଳେ ଧରାପଡ଼ିବା ପରେ ଅନ୍ୟ ଦୁଇଜଣ ଏକ ବାଇକ ସିଡ଼ି ଡ଼ିଲକ୍ସ ଓଆର୍ ୦୮ଇ୨୫୭୨ ଯୋଗେ ଏହି ଚୋରାଗାଡ଼ିକୁ ସୁରକ୍ଷା ଦେଉଥିବା ଜଣାଯାଇଛି । ଗିରଫ ଅଭିଯୁ୍‌କ୍ତମାନେ ହେଲେ, ଗାଡ଼ି ଚାଳଳ ଶେଷ ମାଝୀ, ପରମାନନ୍ଦ ଧଙ୍ଗଡ଼ାମାଝୀ(ମୁସ୍କୁଟି), ଲଳିତ ହରିଜନ, ବିଦ୍ୟା ନାଗ, ନକୁଳ ପାତ୍ର, ଭୀମ ନାଏକ, କ୍ଷୀରସିନ୍ଧୁ ହାତୀ । ମ.ରାମପୁର ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ ନେତୃତ୍ୱରେ ହେଇଥିବା ଏହି ଚଢାଉରେ ଫରେଷ୍ଟର ରମେଶଚନ୍ଦ୍ର ବାଗ, ଫରେଷ୍ଟ ଗାର୍ଡ଼ ବାଳକୃଷ୍ଣ ଜାଲ, ଗୋପୀନାଥ ନାଏକ, ସ୍କ୍ୱାର୍ଡ଼ ତୁଳସୀରାମ ଭୋଇ, ପ୍ରକାଶ ମାଝୀ, ମହେଶ୍ୱର ପାତ୍ର, ବିରେନ୍ଦ୍ର ପାତ୍ର, ଶଶୀ ଦାଶ, ଧନୁ ଷଣ୍ଢ, ଲକ୍ଷ୍ମିଧର ସୁନା ପ୍ରମୁଖ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.