oom

ବିପୁଳ ପରିମାଣରେ ଶାଗୁଆନ୍‌ କାଠ ଜବତ : ଡ୍ରାଇଭର ଗିରଫ

jsmm

ଉଦଳା : ମୟୂରଭଞ୍ଜ ଜିଲ୍ଲା ଉଦଳା ଗୋଧିମରା ଛକରେ ବିପୁଳ ପରିମାଣରେ ଶାଗୁଆନ କାଠ ସହ ଗୋଟିଏ ଭୁଜାଲି ଜବତ ହୋଇଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ପ୍ରାୟ ଦେଢ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଶାଗୁଆନ୍ କାଠ ଜବତ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚଢାଉ ବେଳେ ବନ ବିଭାଗ କର୍ମଚାରୀଙ୍କୁ ଧକ୍କା ଦେଇ ୮ କାଠ ମାଫିଆ ଖସିଯାଇଥିବା ଖବର ମିଳିଛି । ସୂଚନାନୁଯାୟୀ, ଉଦଳା ବନବିଭାଗ ଅଧିନସ୍ଥ ଦେବକୁଣ୍ଡରୁ ପ୍ରାୟ ଦେଢ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଶାଗୁଆନ କାଠ ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଚଢାଉ କରି ଉକ୍ତ କାଠ ଜବତ କରିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.