centurian jitm

ଫିନ୍ଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର୍‌ ଷ୍ଟବ୍‌ଙ୍କ ସହ ଟେଲିଫୋନ୍‌ରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

nschool
  • ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବା ସହ ସହଭାଗୀତାକୁ ମଜବୁତ କରିବା ପାଇଁ ପ୍ରତିବଦ୍ଧତା ଦୋହରାଇଲେ
  • ସେମାନେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିନ୍ଲ୍ୟାଣ୍ଡର ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର୍‌ଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି । ଉଭୟ ନେତା ଡିଜିଟାଲାଇଜେସନ୍, ସ୍ଥିରତା ଏବଂ ଗତିଶୀଳତା କ୍ଷେତ୍ର ସମେତ ଦୁଇ ଦେଶ ମଧ୍ୟରେ ଚାଲିଥିବା ସହଯୋଗର ସମୀକ୍ଷା କରିଛନ୍ତି । ସେମାନେ କ୍ୱାଣ୍ଟମ୍, ୫ଜି-୬ଜି, ଏଆଇ ଏବଂ ସାଇବର-ସୁରକ୍ଷା କ୍ଷେତ୍ର ସମେତ ଏହି ସହଭାଗୀତାକୁ ଆହୁରି ମଜବୁତ ତଥା ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଏଥିସହ ନେତାମାନେ ୟୁକ୍ରେନର ପରିସ୍ଥିତି ସମେତ ପାରସ୍ପରିକ ସ୍ୱାର୍ଥର ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି । ରାଷ୍ଟ୍ରପତି ଷ୍ଟବ ଭାରତ-ୟୁରୋପୀୟ ସଂଘ ମଧ୍ୟରେ ସମ୍ପର୍କ ଆହୁରି ଗଭୀର କରିବା ଏବଂ ଶୀଘ୍ର ଏକ ପାରସ୍ପରିକ ଲାଭଦାୟକ ଏଫ୍‌ଟିଏ ବୁଝାମଣା ସମ୍ପୂର୍ଣ୍ଣ କରିବା ପାଇଁ ଫିନ୍ଲ୍ୟାଣ୍ଡର ସମର୍ଥନ ଥିବା ଜଣାଇଛନ୍ତି । ଦୁଇ ନେତା ଯୋଗାଯୋଗରେ ରହିବାକୁ ସହମତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.