ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ କାଠ

ପୁରୀ : ଆସନ୍ତା ରଥ ନିର୍ମାଣ ପାଇଁ ଶନିବାର ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚିଛି । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ଏହି କାଠ । ୩ଟି ଟ୍ରକ୍‌ରେ ୧୦୪ ଟି କାଠ ଆସିଛି । ୧୨ ଫୁଟ୍ ଓ ୨୦ ଫୁଟ୍‌ର ଅସନ ଓ ଧଉରା କାଠ ଆସିଛି । ଏଥିରୁ ୩ ଟି ଧଉରା କାଠ ଆସନ୍ତା ସରସ୍ୱତୀ ପୂଜାରେ ରଥଖଳାରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯିବ । ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୭୪୭ ଖଣ୍ଡ କାଠର ଆବଶ୍ୟକ ରହିଛି । ପୂର୍ବ ବର୍ଷ ୧୧୮ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ମହଜୁଦ ରହିଛି । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥାଏ । ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ତିଥିରେ ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ରଥଖଳାରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ ଆରମ୍ଭ କରିଥାନ୍ତି ବିଶ୍ୱକର୍ମା ମହାରଣାମାନେ ।

Leave A Reply

Your email address will not be published.