ନୂଆ ବର୍ଷରୁ ଶ୍ରୀମନ୍ଦିରରେ ନୂଆ କଟକଣା

ପୁରୀ : ନୂତନ ବର୍ଷ ୨୦୨୪ ସ୍ୱାଗତ କରୁଛି ସାରା ବିଶ୍ୱ । ଏହି କ୍ରମରେ ଶ୍ରୀଜିଉଙ୍କ ଦର୍ଶନ ସହ ନୂଆବର୍ଷ ଆରମ୍ଭ କରିବାକୁ ଶ୍ରୀକ୍ଷେତ୍ରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ । ସେଥିପାଇଁ ରାତି ୧ଟାରୁ ଚାଲିଛି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ । ନୂଆ ବ୍ୟବସ୍ଥାରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ । ଏସି ସେଡ୍‌ ଦେଇ ଶ୍ରୀମନ୍ଦିରକୁ ଯାଉଛନ୍ତି ଭକ୍ତ । ଧାଡିରେ ଧାଡିରେ ଯାଉଛନ୍ତି ଭକ୍ତ । ୧୦ଟି ଧାଡିରେ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ବ୍ୟାରେକେଡ୍ ମଝିରେ ବିଶ୍ରାମ ବ୍ୟବସ୍ଥା ହୋଇଛି । ଭକ୍ତମାନେ କିପରି କାଳିଆ ସାଆନ୍ତଙ୍କୁ ଭଲରେ ଦର୍ଶନ କରିବେ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.