oom

ଲୁହାଖାନରେ ‘ମୋ ଚାଟଶାଳୀ’ କାର୍ଯ୍ୟକ୍ରମ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ପକ୍ଷରୁ ବ୍ଲକ ସ୍ତରୀୟ ମୋ ଚାଟଶାଳୀ କାର୍ୟ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଦେଓଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ସଙ୍କୀର୍ତ୍ତନ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲୁହାଖାଲ ସ୍କୁଲ୍ ପରିଚାଳନା କମିଟିର ସଭାପତି ଆନନ୍ଦ ମେହେର, ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ସଂଯୋଜକ ବିଶ୍ଵନାଥ ବାଗ, ଦେଓଗାଁ ବ୍ଲକ ସଂଯୋଜକ ରୂପଧର ପୂଟା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏଥିରେ ଗାଁର ଛାତ୍ର, ଛାତ୍ରୀ, ଅବିଭାବକ, ଗାଁ କମିଟିର ସଦସ୍ୟଙ୍କ ସହ ଆଶା ଭାନୁମତୀ ଭାଟି, ଅଙ୍ଗନୱାଡି ଦିଦି ପୁଷ୍ପାଞ୍ଜଳି ବାଗ ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମକୁ ପୁରନ୍ଦର ଭୋଇ ପରିଚାଳନା କରିଥିବା ବେଳେ ଗୀତାଞ୍ଜଳି ବାଗ ଧନ୍ୟବାଦ ଦେଇଥିଲେ । ସୁଶିଲ ସୁନା, ବିଦ୍ୟାଧର ଜାଲ, ସଂଜୁରି ଭାଟି, ଶେଷଦେବ ନନ୍ଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.