oum

ବିଧାୟକଙ୍କ ଦ୍ୱାରା ‘କାରୁଆ’ ଉଦ୍‌ଘାଟିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଦ୍ବାରା କୋଏଲନଗର ସ୍ଥିତ ଡି/୪୨ ଠାରେ ସମସ୍ତ ପ୍ରକାର ଖେଳ ସରଞ୍ଜାମ ଓ ଉପକରଣର ସୋ ରୁମ୍ “କାରୁଆ” ଉଦଘାଟିତ ହୋଇଯାଇଛି । ଏହି ସୋ ରୁମ୍ ଓଡିଶାରେ ପ୍ରଥମ କରି ଖୋଲିଥିବା ବେଳେ ଏହା ଖେଳାଳିଙ୍କୁ ଦୃଷ୍ଟିରେ ରଖି ଖୋଲାଯାଇଛି । ଯେତେ ପ୍ରକାର ଖେଳ ଅଛି, ତା’ର ସବୁ ପ୍ରକାର କ୍ରୀଡା ସରଞ୍ଜାମ ଏଠାରେ ଉପଲବ୍ଧ ହେବ ବୋଲି ଏହାର ପ୍ରତିଷ୍ଠାତା ସୁରଜ କାରୁଆ ଓ ନିର୍ଦ୍ଦେଶକ ରାହୁଲ କୁମାର ବାଜୋରିଆ କହିଛନ୍ତି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନମିତା ମିଞ୍ଜ, ଷ୍ଟେଲା କଣ୍ଡୁଲେନା, ଶିବ କୁମାର ମାହାତୋ, ପ୍ରଣୟ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.