ମ.ରାମପୁରରେ କାର୍ତ୍ତିକ ପୂଜା ଓ ଦୀପଯଜ୍ଞ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାର ମ.ରାମପୁରର ଗୌଡ଼ ପଡା, କୁସୁମନଗର ପଡା, ପୋଲିସ ପଡ଼ା ଓ ଜଗନ୍ନାଥ ମନ୍ଦିରରେ କାର୍ତ୍ତିକ ପୂଜା ଓ ଦୀପଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମାସେ କାଳ ଧରି ହାବିଶିଆଳି ମନେ ବ୍ରତ କରି ହରିହର ସାଗର ଓ ଉତେଇ ନଦୀରେ ବୁଡ଼ ପକେଇ ଥାନ୍ତି । ଚତୁର୍ଦ୍ଦଶୀ ଦିନ ରାତ୍ର ୧୨ ଘଣ୍ଟା ସମୟରେ ରାଧାକୃଷ୍ଣ ମନ୍ଦିର, ଶିବ ମନ୍ଦିର, ଜଗନ୍ନାଥ ମନ୍ଦିରରେ ମହାଦୀପ ଚଢେଇ ରାତ୍ର ଉଜାଗର ରହିଥାନ୍ତି । ରାଧାକୃଷ୍ଣ ମନ୍ଦିରରେ ପ୍ରହର ଅନୁଯାୟୀ ମଙ୍ଗଳ ଆଳତୀ, ଦିଆଯାଉଥିବା ବେଳେ ଜଗନ୍ନାଥ ମନ୍ଦିରରେ ଦୀପଯଜ୍ଞ ଓ ପୋଲିସ ପଡା, କୁସୁମନଗର ପଡାରେ ୫ ଦିନ ଧରି କାର୍ତ୍ତିକ ଭଗବାନଙ୍କ ମୂର୍ତ୍ତି ପୂଜା କରାଯାଇଥାଏ । ଜଗନ୍ନାଥ ମନ୍ଦିରର ଦୀପଯଜ୍ଞରେ କର୍ତ୍ତା ଭାବେ ରବି ବାଗଙ୍କ ସପତ୍ନୀ ବସୁଥିବା ବେଳେ ମନ୍ଦିର ପରିଚାଳକ କେଦାର ମହାରଣା, ପ୍ରକାଶ ସାହୁ ପ୍ରମୁଖ ତତ୍ୱବାଧାନ କରୁଥିଲେ । ରାଧାକୃଷ୍ଣ ମନ୍ଦିରର କର୍ତ୍ତା ଭଗବତ ଘିବେଲା ରହିଥିବା ବେଳେ ସଭାପତି ଗକୁଳ ଭୋଇ, ସମ୍ପଦକ ସୋମନାଥ ସାହୁ, ଶିବ ରାମ ନାହାକ, ନୃସିଂହ ଭୋଇ, ସୁନ୍ଦର ସିଂ ପୋଢ଼, ଦିତୀୟା ଭୋଇ କୃଷ୍ଣ ଚନ୍ଦ୍ର ସାହୁ, ପୂଜକ ସୋମନାଥ ଦାଶ ଓ ତ୍ରିଲୋଚନ ଦାଶପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.