ଆଜି କାର୍ତ୍ତିକ ପୂର୍ଣ୍ଣିମା

ବଲାଙ୍ଗିର, (କେପିଏନ୍‌ଏସ୍‌) : କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଭାବେ ପ୍ରସିଦ୍ଧ । ଏହି ଦିନ ହବିଷ୍ୟାଳିମାନେ ପାଳନ କରୁଥିବା ରାଇଦାମୋଦର ବ୍ରତ ଉଦ୍‌ଯାପିତ ହୋଇଥାଏ । ଏଥିସହ ଭୀଷ୍ମପଞ୍ଚକର ଏହାଶେଷ ଦିନ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଧର୍ମପ୍ରାଣ ଆବାଳବୃଦ୍ଧବନିତା ପ୍ରତ୍ୟୁଷରୁ ସ୍ନାନ ସାରି ଦେବ ଦର୍ଶନ ଏବଂ ନଗର ସଂକୀର୍ତ୍ତନ ଆଦି କରିଥାନ୍ତି । ଦେବାଳୟମାନଙ୍କରେ ଯଦି କର୍ମ ହୋଇଥାଏ । ବିଭନ୍ନ ସ୍ଥାନରେ କାର୍ତ୍ତିକେୟଙ୍କର ପୂଜା ଅନୁଷ୍ଠିତ ହୋଇଥାଏ । ଓଡ଼ିଶାରେ କାର୍ତ୍ତିକ ପୂର୍ଣ୍ଣିମାକୁ କେବଳ ଧର୍ମ ଆଚରଣ ଲାଗି ପାଳନ କରାଯାଏ ନାହିଁ, ପରନ୍ତୁ ଓଡ଼ିଶାର ସ୍ୱର୍ଣ୍ଣାଭ ଅତୀତକୁ ମନେ ପକାଯାଏ । ଓଡ଼ିଶା ଯେବେ କଳିଙ୍ଗ ନାମରେ ପରିଚିତ ଥିଲା ଓଡ଼ିଆ ସାଧବମାନେ ଜାଭା, ବାଲି, ସୁମାତ୍ରା ଆଦି ଦ୍ୱୀପକୁ ବୋଇତ ଯୋଗେ ସମୁଦ୍ରଯାତ୍ରା କରୁଥିଲେ ଏବଂ ସେଠାରେ ବ୍ୟବସାୟ ବାଣିଜ୍ୟ କରି ଅମାପ ଧନସମ୍ପଦ ମାତୃଭୂମିକୁ ନେଇ ଆସୁଥିଲେ । ଏହି କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ଅବସରରେ ସେମାନେ ଯାତ୍ରା କରୁଥିବାରୁ ଆଜି ବି ଓଡ଼ିଆମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରତୀକାତ୍ମକ ଭାବେ ସୂର୍ୟ୍ୟୋଦୟ ପୂର୍ବରୁ ସ୍ନାନ କରି ନଦୀନାଳରେ ଡ଼ଙ୍ଗା ଭସାଇଥାନ୍ତି । ବିଭିନ୍ନ ସ୍ଥାନରେ ବୋଇତବନ୍ଦାଣ ଉତ୍ସବ ଅନୁଷ୍ଠିତ ହୁୁଏ ।

Leave A Reply

Your email address will not be published.