ନୂଆପଡା, (ଅଜିତ ବେହେରା) : ନୂଆପଡା କୋମନା ବନାଞ୍ଚଳ ଅଧିନସ୍ଥ ଦେଓଧରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ନୂଆପଡା ଜିଲ୍ଲା ବୃକ୍ଷ, ବନ, ପର୍ବତ ଘେରା ଅଭୟାରଣ୍ୟରେ ବନ୍ୟଜନ୍ତୁ ସୁରକ୍ଷିତ ବୋଲି ଆପଣ ଭାବୁଥିବେ କିନ୍ତୁ ଏକ କଲରାପତରିଆ ବାଘର ଛାଲ, ନଖ ଓ ମୁଣ୍ଡ କୋମନା ବନ ବିଭାଗର ହାତରେ ଲାଗିଛି । ଗ୍ରାମର କିଛି ଲୋକ ବାରହା ପାଇଁ ବିତ୍ୟୁତ ଫାଶ କରିଥିଲେ କିନ୍ତୁ ବାରହା ବଦଳରେ କଲରାପତରିଆ ବାଘ ଲାଗି ମୃତ୍ୟୁବରଣ କରିଥିବା ଖବର କୌଣସି ମତେ ଖବର ପାଇଁ କୋମନା ବନବିଭାଗ ଚଢ଼ାଉ କରିଥିବା ବେଳେ ଦେଓଧରା ନଦୀ କୂଳରେ ବାଘ ଛାଲ ସହିତ ଦୁଇ ଜଣଙ୍କୁ ଗିରଫ କରିବାର ସଫଳତା ପାଇଛି । ଏ ଜିଲ୍ଲାରେ ଏକ ଘଞ୍ଚ ଜଙ୍ଗଲ ରହିଥିବାରୁ ଅନେକ ଜୀବଜନ୍ତୁ ବାସ କରନ୍ତି କିନ୍ତୁ ବନବିଭାଗର ଦାୟିତ୍ୱହୀନତା ପାଇଁ ଆଜି ଏକ ବାଘର ଜୀବନ ଯାଇଛି ବୋଲି ସାଧାରଣରେ କୁହାଯାଉଛି । ତେବେ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ବନବିଭାଗ ଆଗକୁ କେତେ ଦୂର ସଚେତନ ହେବ ତାହାକୁ ନେଇ ଅଞ୍ଚଳରେ ସନ୍ଦେହ ସୃଷ୍ଟି ହେଉଛି । ଦେଖାଯାଉ ଆଗକୁ ଆଉ କେତେ ବନ୍ୟଜନ୍ତୁ ନିଜର ନିରୀହ ଜୀବନ ହରାଉଛନ୍ତି ଓ ବନବିଭାଗ ସୁରକ୍ଷା ଦେବାର କେତେ ସଫଳ ହେଉଛି ।