ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ତିନୋଟି ଆଇନ ଯଥା- ଭାରତୀୟ ନ୍ୟାୟସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ସମ୍ପର୍କରେ ବ୍ୟାପକ ସଚେତନତାର ଆବଶ୍ୟକ ହେତୁ ଆଇନ ସେବା ସଂସ୍ଥା କ୍ଲାପ ତରଫରୁ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ସହଯୋଗରେ ଏ.ଡି.ଆର୍. ହଲ୍ଠାରେ ପାରାଲିଗାଲମାନଙ୍କ ପାଇଁ ଏକ ଦିନିକିଆ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ-ତଥା-ଜିଲ୍ଲା ନ୍ୟାୟାଧିଶ ଡ. ପବିତ୍ର ମୋହନ ସାମଲ, ଜଜ୍ ଫେମିଲି କୋର୍ଟ ବିକ୍ରମ କେଶରୀ ପଟ୍ଟନାୟକ, ଜଜ ଭିଜିଲାନସ କୋର୍ଟ ମଳୟ ରଂଜନ ଦାସ, ସି.ଜେ.ଏମ୍. ଶଙ୍ଖ ଚକ୍ରବର୍ତ୍ତୀ, ରେଜିଷ୍ଟାର ଶ୍ରଦୀପ ମିଶ୍ର, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପବିତ୍ରାନନ୍ଦ ପ୍ରଧାନ, ପ୍ରେସିଡେଣ୍ଟ ଜିଲ୍ଲା ବାର ଆସୋସିଏସନ ବାସୁଦେବ ରଥ, କ୍ଲାପର କ୍ରିମିନାଲ ଜଷ୍ଟିସ ପ୍ରୋଜେକ୍ଟ ଡାଇରେକ୍ଟର ଡ. ସଦାନନ୍ଦ ବାଗ, କ୍ଲାପର ଲିଗାଲ ଆଡଭାଇଜର୍ ଚନ୍ଦ୍ରଦେବ ପୁରୋହିତ, କ୍ରିମିନାଲ୍ ଜଷ୍ଟିସ ପ୍ରୋଜେକ୍ଟ କୋଡିନେଟର ବିଜୟଶ୍ରୀ ବାରିକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଆସିଷ୍ଟାଣ୍ଡ ପ୍ରଫେସର ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ଚଣ୍ଡିପ୍ରସାଦ ଖମାରୀ ପାରାଲିଗାଲ ଭଲେନ୍ଟିୟର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କ୍ଲାପ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ।